ନୂଆଦିଲ୍ଲୀ : ମୋଦୀ ସରକାର ୩.୦ର ଶପଥ ଗ୍ରହଣ ପରେ ଏବେ ମନ୍ତ୍ରୀପଦ ବଣ୍ଟନ ହୋଇଯାଇଛି । ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବରିଷ୍ଠ ନେତା ନୀତୀନ ଗଡ଼କରୀ ୨୦୧୯ ଭଳି ଏଥର ସଡ଼କ ପରିବହନ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି । ସେହିପରି ଅଜୟ ଟାମଟା ଓ ହର୍ଷ ମାଲହୋତ୍ରା ତାଙ୍କ ଡେପୁଟି ଭାବେ କାମ କରିବେ । ଗଡ଼କରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ହର୍ଷ ଓ ଅଜୟ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୧୯ରେ ମୋଦି ସରକାରେ ରେଳମନ୍ତ୍ରୀ ଭାବେ କାମ କରୁଥିବା ଅଶ୍ୱିନୀ ବୈଷବ ଏଥର ରେଳ ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇଛନ୍ତି । ବିଜେପିର ଚାଣକ୍ୟ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ପୁଣି ପାଇଛନ୍ତି ।
କାହାକୁ କେଉଁ ମନ୍ତ୍ରାଳୟ
- କ୍ୟାବିନେଟ ମନ୍ତ୍ରୀ୧- ରାଜନାଥ ସିଂହ(ବିଜେପି)- ପ୍ରତିରକ୍ଷା
୨- ଅମିତ ଶାହ(ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
୩- ନୀତୀନ ଗଡ଼କରୀ(ବିଜେପି) – ସଡ଼କ ଓ ପରିବହନ ମନ୍ତ୍ରଣାଳାୟ
୪- ଜେପି ନଡ୍ଡା (ବିଜେପି)- ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
୫- ଶିବରାଜ ସିଂହ ଚୌହାନ(ବିଜେପି)- କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ
୬- ନିର୍ମଳା ସୀତାରମଣ(ବିଜେପି)- ଅର୍ଥ ମନ୍ତ୍ରଣାଳୟ
୭- ଏସ ଜୟଶଙ୍କର(ବିଜେପି)- ବୈଦେଶିକ ବ୍ୟାପାର
୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି)- ଶିକ୍ଷା ମନ୍ତ୍ରଣାଳୟ
୯- ମନୋହର ଲାଲ ଖଟ୍ଟର (ବିଜେପି)- ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ
୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍)- ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରଣାଳୟ
୧୧- ପୀୟୂଷ ଗୋଏଲ(ବିଜେପି)- ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା)- ଏମଏସ୍ଏମଇ
୧୩- ଲଲନ ସିଂହ (ଜେଡିୟୁ)- ପଞ୍ଚାୟତି ରାଜ, ମତ୍ସ୍ୟ ଓ ପଶୁ ସମ୍ପଦ
୧୪- ସର୍ବାନନ୍ଦ ସୋନେୱାଲ (ବିଜେପି)- ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ
୧୫- ବୀରେନ୍ଦ୍ର କୁମାର(ବିଜେପି)- ସମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ
୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି) – ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
୧୭- ପ୍ରହ୍ଲାଦ ଯୋଶୀ(ବିଜେପି)- ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
୧୮- ଜୁଏଲ ଓରାମ(ବିଜେପି)- ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
୧୯- ଗିରିରାଜ ସିଂହ(ବିଜେପି)- ବୟନ ଶିଳ୍ପ ମନ୍ତ୍ରଣାଳୟ
୨୦- ଅଶ୍ୱିନୀ ବୈଷ୍ଣବ(ବିଜେପି)- ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଆଇଟି
୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି) – ଟେଲିକମ ଓ ଉତ୍ତର ପୂବଆ ରାଜ୍ୟ ବିକାଶ ମନ୍ତ୍ରଣାଳୟ
୨୨- ଭୂପେନ୍ଦ୍ର ଯାଦବ(ବିଜେପି)- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ
୨୩- ଗଜେନ୍ଦ୍ର ସିଂହ ଶିଖାୱତ(ବିଜେପି)- ପର୍ଯ୍ୟଟନ ଓ ସଂସ୍କୃତି
୨୪- ଅନପୂର୍ଣ୍ଣା ଦେବୀ(ବିଜେପି) – ମହିଳା ଓ ଶିଶୁ ବିକାଶ
୨୫- କିରଣ ରିଜିଜୁ(ବିଜେପି)- ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ
୨୬- ହରଦୀପ ସିଂହ ପୁରୀ(ବିଜେପି)- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ
୨୭- ମନସୁଖ ମାଣ୍ଡଭୀୟ(ବିଜେପି)- ଶ୍ରମ ଓ ନିଯୁକ୍ତି ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ
୨୮- ଜି କିଶନ ରେଡ୍ଡୀ(ବିଜେପି)- କୋଇଲା ଓ ଖଣି ମନ୍ତ୍ରଣାଳୟ
୨୯- ଚିରାର ପାଶୱାନ(ରାମ ବିଲାଶ)- ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ମନ୍ତ୍ରଣାଳୟ
୩୦- ସିଆର ପାଟିଲ(ବିଜେପି) – ଜଳ ଶକ୍ତି ମନ୍ତ୍ରଣାଳୟ
୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
୧- ରାଓ ଇନ୍ଦରଜିତ(ବିଜେପି)- ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ସ୍ୱାଧୀନ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ
୨-ଜିତେନ୍ଦ୍ର ସିଂହ (ବିଜେପି)- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଆଟୋମିକ ଓ ସ୍ପେଶ୍, ପିଏମଓ
୩- ଅର୍ଜୁନ ରାମ ମେଘୱାଲ(ବିଜେପି)- ଆଇନ ଓ ନ୍ୟାୟ(ସ୍ୱାଧୀନ ଦାୟିତ୍ୱ) ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୪- ପ୍ରତାପ ରାଓ ଗଣପତି ରାଓ ଯାଦବ(ଶିବସେନା)- ଆୟୁଷ ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୫- ଜୟନ୍ତ ଚୌଧୁରୀ(ଆରଏଲଡି)- ଏମଏସଏମଇ ସ୍ୱାଧୀନ ଦାୟିତ୍ୱ ଓ ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା
୧- ଜିତିନ ପ୍ରସାଦ(ବିଜେପି)- ବାଣିଜ୍ୟ ଓ ଶିଳ୍ପ, ସୂଚନା ପ୍ରଯୁକ୍ତି ବିଦ୍ୟା
୨- ଶ୍ରୀପଦ ନାଏକ(ବିଜେପି)- ଶକ୍ତି ଓ ପୁନଃନବୀକରଣ ଯୋଗ୍ୟ
୩- ପଙ୍କଜ ଚୌଧୁରୀ(ବିଜେପି)- ଅର୍ଥ ରାଷ୍ଟ୍ରମନ୍ତ୍ରୀ
୪- କ୍ରିଷ୍ଣ ପଲ ଗୁରଜାର (ବିଜେପି)- ସମବାୟ
୫- ରାମଦାସ ଅଠାୱାଲେ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ)- ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ
୬- ନିତ୍ୟାନନ୍ଦ ରାଏ(ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୭- ଅନୁପ୍ରିୟା ପଟେଲ(ଆପନା ଦଳ)- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
୮- ଭି ସୋମନ୍ନା(ବିଜେପି)- ଜଳ ଶକ୍ତି ଓ ରେଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୯- ଚନ୍ଦ୍ର ଶେଖର ପେମ୍ମାସାନି(ଟିଡିପି)- ଗ୍ରାମୀଣ ବିକାଶ ଓ ଯୋଗାଯୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୦- ଏସ୍ପି ସିଂହ ବଘେଲ(ବିଜେପି)- ମତ୍ସ୍ୟ ସମ୍ପଦ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୧- ଶୋଭା କରନ୍ଦାଲାଜେ(ବିଜେପି)- ଏମଏସଏମଇ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୨- ବିଏଲ ବର୍ମା(ବିଜେପି)- ଖାଦ୍ୟ, ଖାଉଟି ବ୍ୟାପାର, ସାଧାରଣ ବଣ୍ଟନ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ
୧୩- ଶାନ୍ତନୁ ଠାକୁର(ବିଜେପି)- ବନ୍ଦର, ଜାହାଜ ଚଳାଚଳ ଓ ୱାଟରୱେଜ ରାଷ୍ଟ୍ରମନ୍ତ୍ରୀ
୧୪-ସୁରେଶ ଗୋପି(ବିଜେପି)- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ
୧୫- ଏଲ ମୁରଗାନ(ବିଜେପି)- ସୂଚନା ଓ ପ୍ରାସରଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ
୧୬- ଅଜୟ ଟାମଟା(ବିଜେପି)- ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ
୧୭- ବନ୍ଦି ସଞ୍ଜୟ କୁମାର(ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୮-କମଲେଶ ପାଶ୍ୱାନ(ବିଜେପି)- ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ
୧୯- ଭାଗୀରଥ ଚୌଧୁରୀ (ବିଜେପି)- କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
୨୦- ସତୀଶ ଦୁବେ (ବିଜେପି)- କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ
୨୧- ସଞ୍ଜୟ ସେଠ(ବିଜେପି)- ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ
୨୨-ରବନୀତ ସିଂହ ବିଟ୍ଟୁ(ବିଜେପି)- ଖାଦ୍ୟ ପ୍ରକ୍ରିୟାକରଣ, ରେଳବାଇ ରାଷ୍ଟ୍ରମନ୍ତ୍ରୀ
୨୩- ଦୁର୍ଗାଦାସ ଉଇକି(ବିଜେପି)- ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୨୪- ରକ୍ଷା ଖଡସେ(ବିଜେପି)- ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ
୨୫- ଶୁକାନ୍ତ ମଜମୁଦର(ବିଜେପି)- ଶିକ୍ଷା ରାଷ୍ଟ୍ରମନ୍ତ୍ରୀ
୨୬- ସାବିତ୍ରୀ ଠାକୁର(ବିଜେପି)- ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ
୨୭- ତୋଖନ ସାହୁ(ବିଜେପି) – ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ
୨୮- ରାଜଭୂଷଣ ଚୌଧୁରୀ (ବିଜେପି)- ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ
୨୯- ଭୂପତି ରାଜୁ ଶ୍ରୀନିବାସ ବର୍ମା(ବିଜେପି)- ଭାରୀ ଶିଳ୍ପ ଓ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ
୩୦- ହର୍ଷ ମାଲହୋତ୍ରା(ବିଜେପି)- ସଡ଼କ ଓ ପରିବହନ, କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୩୧- ନିମୁବେନ ବାମଭାଣିୟା (ବିଜେପି) – ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ
୩୨- ମରୁଲୀଧର ମୋହର(ବିଜେପି)- ବେସାମାରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ
୩୩- ଜର୍ଜ କୁରିୟନ(ବିଜେପି)- ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୩୪- ପବିତ୍ର ମାର୍ଗେରିଟା (ବିଜେପି)- ବୈଦେଶିକ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ
୩୫- ରାମନାଥ ଠାକୁର (ଜେଡିୟୁ)- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟାର ରାଷ୍ଟ୍ରମନ୍ତ୍ରୀ
୩୬- କୀର୍ତ୍ତି ବର୍ଦ୍ଧନ ସିଂହ(ବିଜେପି)- ପରିବେଶ, ଜଙ୍ଗଲ ଓ ଜୟବାୟୁ ପରିବର୍ତ୍ତନ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ