ଭୁବନେଶ୍ୱର : ଆଜି ରଜ ସଂକ୍ରାନ୍ତି । କୃଷିଭିତ୍ତିକ ଏହି ରଜ ପର୍ବରେ ରାଜ୍ୟର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଘରେ ଘରେ ପିଠା, ମିଠାର ଆସର ଜମୁଛି । ଏହାସହ ଛୋଟଠାରୁ ବଡ ସମସ୍ତେ ପାନ ଖାଇବାର ମଜ୍ଜା ନେଉଛନ୍ତି । ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶା ହୋଇ ଉଠିଛି ଉତ୍ସବ ମୁଖର । ଏହି ରଜ ପର୍ବ ସାରା ଓଡ଼ିଶାରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ ଜୁନ ୧୫ରେ ରଜ ସଂକ୍ରାନ୍ତି ପଡୁଛି। ସେହି ଦିନ ଭୁଲରେ ମଧ୍ୟ ଏହି କାମ ଗୁଡିକ କରନ୍ତୁ ନାହିଁ ନଚେତ ଆପଣଙ୍କର ବର୍ଷ ସାରା ଆର୍ଥିକ ଅବସ୍ଥାରେ ହୋଇରାଣ ହୋଇପାରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବୃଷ ରାଶିକୁ ତ୍ୟାଗ କରି ଯେଉଁ ଦିନ ମିଥୁନ ରାଶିକୁ ପ୍ରବେଶ କରି ତା ପର ଦିନକୁ ମିଶାଇ ମୋଟ ୩ ଦିନ ରଜ ପର୍ବ ପାଳନ କରାଯାଏ। ମୃଗାଶିରା ନକ୍ଷତ୍ରରେ ସୂର୍ଯ୍ୟ ରହିବାରୁ ୩ ଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ର ଅନୁସାରେ କୌଣସି ନାରୀରର ଋତୁସ୍ରାବ ପ୍ରଥମ ଦିନ ଯଦି ଯଥାକ୍ରମେ ଚଣ୍ଡାଳି ବ୍ରହ୍ମଘାତିନି ଓ ରଜକି ହୋଇଥାଏ। ଏବଂ ଚତୁର୍ଥ ଦିନରେ ସୂତ୍ର ଓ ପଞ୍ଚମ ଦିନରେ ଭ୍ରମଣ ଯୋଗ୍ୟ ହୋଇଥାଏ। ତେଣୁ ଆପଣ ଏହି ରଜରେ ଭୁଲରେ ବି ଏହିସବୁ କାମ କରିବା ଉଚିତ ନୁହେଁ। କୁଆଁରୀମାନେ ଶାସ୍ତ୍ର ଅନୁସାରେ ଖାଲି ପାଦରେ ଚାଲିବାକୁ ମନା ଅଟେ। କୁଆଁରୀମାନେ ଖାଲି ପାଦରେ ରଜ ସଂକ୍ରାନ୍ତିର ୪ ଦିନ ଭୁଲରେ ବି ଆପଣ ଧରଣୀର ଯେକୌଣସି ସ୍ଥାନରେ ଖାଲି ପାଦରେ ଚାଲନ୍ତୁ ନାହିଁ। ସେଥିପାଇଁ ତାଙ୍କ ପାଇଁ ଦୋଳିର ବ୍ୟବସ୍ଥା କରାଯାଇଥାଏ। ଏବଂ ସେମାନେ ଚପଲ କିମ୍ବା କଦଳୀ ପତ୍ରରର ଚପଲ ଲଗାଇ ଚାଲିପାରିବେ। କୃଷକମାନେ ୩ ଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦେବା ଉଚିତ। ଭୁଲରେ ବି ଆପଣ ଭୁ-ଖନନ ରଜ ସଂକ୍ରାନ୍ତିର ୩ ଦିନ କରିବା କଥା ନୁହେଁ। କାରଣ ଏହି ୩ ଦିନରେ ମା ଧରିତ୍ରୀ ରଜଶୁଣା ହୋଇଥାନ୍ତି ଏବଂ ତାଙ୍କୁ ବିଶ୍ରାମ ଦେବା ପାଇଁ ଶାସ୍ତ୍ରରେ ଉଲ୍ଲେଖ ରହିଛି। ରଜ ସଂକ୍ରାନ୍ତି ଦିନ ମହିଳାମାନେ ଚୁଲି ଜଳାଇବା ନିଷେଧ ଅଟେ। ରଜରେ ଧରଣୀ ମାତାଙ୍କୁ ବିଶ୍ରାମ ଦିଆଯାଇଥାଏ। ତେଣୁ ରଜ ପୂର୍ବ ଦିନ ପହିଲି ରଜରେ ବହୁ ରକମର ପିଠାପଣା ବିଶେଷ କରି ପୋଡ଼ ପିଠା ତିଆରି କରି ରଖନ୍ତୁ। ଯାହା ସହଜରେ ନଷ୍ଟ ହୁଏ ନାହିଁ। ଏବଂ ଅଧିକ ଦିନ ରହିଥାଏ।ତେଣୁ ଆପଣ ରଜ ସଂକ୍ରାନ୍ତି ଦିନ ଆପଣଙ୍କ ଘରେ ଚୁଲି ଲଗାଇବା ନିଷେଧ ବୋଲି ଉଲ୍ଲେଖ ଅଛି। ରଜ ସଂକ୍ରାନ୍ତିରେ ଆପଣ ଭୁଲରେ ବି ପିଆଜ ରସୁଣ ଏବଂ ମାଂସ ଭୋଜନ କରନ୍ତୁ ନାହିଁ। କାହିଁକିନା ଏହିସବୁ ଖାଦ୍ୟ ତାମସିକ ଖାଦ୍ୟ ଅଟେ। ତେବେ ଜାଣିଲେତ ଆପଣ ଯଦି ରଜ ସଂକ୍ରାନ୍ତି ଦିନ ଏହିସବୁ ଭୁଲ କାମ କରିବେ ଆପଣଙ୍କର ଅର୍ଥଭାବ ହେବା ସହିତ ଘରେ ଅଶାନ୍ତି ଲାଗିରହିବ।