20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଏନଡିଏ ଭାରତର ଆତ୍ମାର ପ୍ରତିବିମ୍ବ : ମୋଦି

ଏନଡିଏ ଭାରତର ଆତ୍ମାର ପ୍ରତିବିମ୍ବ : ମୋଦି

ନୂଆଦିଲ୍ଲୀ : ଆଜି ଅନୁଷ୍ଠିତ ଏନଡିର ସଂସଦୀୟ ବୈଠକରେ ନରେନ୍ଦ୍ର ମୋଦୀ ସଂସଦୀୟ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି । ରାଜନାଥ ସିଂହ ପ୍ରଥମେ ମୋଦୀଙ୍କ ନାମ ପ୍ରସ୍ତାବ କରିଥିବାବେଳେ ଅମିତ ଶାହ ଓ ନୀତିନ ଗଡ଼କରୀ ଉକ୍ତ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏନଡିଏ ନେତା ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦୀ ନିଜ ବକ୍ତବ୍ୟ ରଖି କହିଛନ୍ତି ଯେ ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି । ଏଥିପାଇଁ ମୁଁ ଆପଣଙ୍କ ପାଖରେ କୃତଜ୍ଞ । ଏନଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର ମୌକା ପାଇଛି । ଆମ ମହାମେଣ୍ଡ ଭାରତର ଆତ୍ମାର ପ୍ରତିବିମ୍ବ । ଆଦିବାସୀ ବହୁଳ ୧୦ ରାଜ୍ୟ ମଧ୍ୟରୁ ୭ଟି ରାଜ୍ୟରେ ଏନଡିଏ ସରକାର । ଏନଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ ଆଲାଏନ୍ସ ସଫଳ ହୋଇନାହିଁ । ଏନଡିଏ ହେଉଛି ସବୁଠୁ ସଫଳ ଆଲାଏନ୍ସ ।  ୩୦ ବର୍ଷ ହେଲାଣି ଏକ ଅର୍ଗାନିକ ଆଲାଏନ୍ସ ପାଲଟିଛି ଏନଡିଏ ।ଏନଡିଏ କଥା କହିଲା କ୍ଷଣି ଛାଁକୁ ଛାଁ ଗୁଡଗଭର୍ଣ୍ଣାନ୍ସ କଥା ମନକୁ ଆସିଯାଇଥାଏ । ଗରିବ କଲ୍ୟାଣ ଏନଡିଏ ଶାସନର କେନ୍ଦ୍ରସ୍ଥଳ ପାଲଟିଛି । ଆଗାମୀ ୧୦ ବର୍ଷରେ  ଗୁଡଗଭର୍ଣ୍ଣାନ୍ସ, ବିକାଶର ନୂଆ ଅଧ୍ୟାୟ ଖୋଲାଯିବ । ସମସ୍ତେ ମିଶି ବିକଶିତ ଭାରତ ସ୍ୱପ୍ନକୁ ସାକାର କରିକି ହିଁ ରହିବା । ସଂସଦରେ ଯେକୌଣସି ଦଳର ସାଂସଦ ମୋ ପାଇଁ ସମାନ । ମୋ ପାଖରେ ନିଜ ପର ଭେଦଭାବ ନାହିଁ । ସମସ୍ତେ ସମାନ । ଦେଶର ବିକାଶରେ ଇଞ୍ଜିନ ହେବ ଓଡିଶା । ଓଡିଶାରେ କ୍ରାନ୍ତିକାରୀ ପରିବର୍ତ୍ତନ ହୋଇଛି । ଓଡିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଂଜିନରେ ଓଡିଶା ପ୍ରମୁଖ ସ୍ଥାନ ନେବ । ଆସନ୍ତା ୨୫ ବର୍ଷରେ ଦେଶରେ ବିକାଶରରେ ଇଞ୍ଜିନ ହେବ ଓଡିଶା । ମହାପ୍ରଭୁ ଜଗନ୍ନାଥ ଗରିବଙ୍କ ଦେବତା । ସରକାର ଚଳାଇବା ପାଇଁ ବହୁମତ ଜରୁରୀ ବୋଲି କହିଲେ ପ୍ରଧାନମନ୍ତ୍ରୀ । କିନ୍ତୁ ଦେଶ ଚଳାଇବା ପାଇଁ ସର୍ବମତ ଜରୁରୀ । ଏହା ହେଉଛି ସବୁଠୁ ସଫଳ ଗଠବନ୍ଧନ । ଦେଶକୁ ଆଗକୁ ନେବା ପାଇଁ କଠିନ ପରିଶ୍ରମ କରିବା । ଏନଡିଏର ୩ ଦଶନ୍ଧି ଯାତ୍ର ସଫଳ । ଏନଡିଏ ଚତୁର୍ଥ ଟର୍ମରେ ପ୍ରବେଶ କରିବାକୁ ଯାଉଛି । ଗରିବ କଲ୍ୟାଣ ଆମର ପ୍ରଥମ ଲକ୍ଷ୍ୟ । ସମସ୍ତ ନବ ନିର୍ବାଚିତ ସାଂସଦଙ୍କୁ ଜଣାଇଲେ ଶୁଭେଚ୍ଚା । । ଆସନ୍ତା ୧୦ ବର୍ଷରେ ବିକାଶର ନୂଆ ଅଧ୍ୟୟ ଲେଖାହେବ । ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା । ବିକାଶ ସହିତ ପରିବର୍ତ୍ତନ ବି ହେବ । ସଂସଦରେ ସବୁ ଦଳର ସାଂସଦ ମୋ ପାଇଁ ସମାନ । ମୋ ପାଖରେ ନିଜ, ପର ଭେଦଭାବ ନାହିଁ । ନା ଆମେ ହାରିଥିଲୁ, ନା ଆମେ ହାରିଛୁ । ପ୍ରଥମେ ଏନଡିଏ ଥିଲା, ଏବେବି ଏନଡିଏ ଅଛି । ଆମର ସଂସ୍କୃତି ଏକ ସ୍ୱତନ୍ତ୍ର ସସ୍କୃତି । ବିଜୟରେ ଉନ୍ମାଦ ନାହିଁ, ପରାଜିତଙ୍କୁ ପରିହାସ ନାହିଁ । ଇଣ୍ଡି ମେଂଟ ପ୍ରଥମେ ଡୁବୁଥିଲେ, େବେ ଖାତକୁ ଯାଉଛନ୍ତି । ଏନଡିଏର ନୂଆ ବ୍ୟାଖା କଲେ ମୋଦି । ନୁ୍ୟ ଇଣ୍ଡିଆ, ଡେଭଲପଡ ଇଣ୍ଡିଆ, ଏସପିରେସନାଲ ଇଣ୍ଡିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking