31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଲୋକସଭା ନିର୍ବାଚନ ; ଏନ୍‌ଡିଏ ଆଗୁଆ

ଲୋକସଭା ନିର୍ବାଚନ ; ଏନ୍‌ଡିଏ ଆଗୁଆ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ଭୋଟ ଗଣନା । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି । ବିଜେପି ନେତୃତ୍ୱରେ ପରିଚାଳିତ ଏନ୍‌ଡିଏ ଚଳିତ ଲୋକସଭା ନିର୍ବାଚନର ମତଗଣନାରେ ବହୁମତ ଦିଗରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଦେଶରେ ୫୪୩ଟି ଆସନରେ ପ୍ରଥମ ଦେଢ଼ ଘଣ୍ଟାର ଟ୍ରେଣ୍ଡ କହୁଛି ଫଳାଫଳ ବିଜେପି ସପକ୍ଷରେ ଆସିପାରେ। ବୁଥ ବାହୁଡ଼ା ମତ ସତ ହୋଇପାରେ । ଦେଶବାସୀ ବୋଧେ ପଦ୍ମ ପୁଟାଇବାକୁ ଚାହୁଁଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଏନ୍‌ଡିଏ ଓ ବିଜେପି ବିଭିନ୍ନ ରାଜ୍ୟରେ ଆଗୁଆ ଅଛନ୍ତି । ଓଡ଼ିଶାରେ ୨୧ଟି ଆସନରୁ ୯ଟି ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି), ୨ଟିରେ ଶାସକ ବିଜେଡି ଓ ଅନ୍ୟ ଗୋଟିଏ ଆସନରେ କଂଗ୍ରେସ ଆଗୁଆ ଅଛି । ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପ୍ରଦୀପ ପୁରୋହିତ, ସଂଗୀତା କୁାରୀ ସିଂହଦେଓ, ସମ୍ବିତ ପାତ୍ର, ଅପରାଜିତା ଷଡ଼ଙ୍ଗୀ, ରୁଦ୍ର ପାଣି, ସକାନ୍ତ ପାଣିଗ୍ରାହୀ ଆଗୁଆ ଅଛନ୍ତି । ବୁଥ ବାହୁଡ଼ା ମତ ଆକଳନ ଅନୁସାରେ ଓଡ଼ିଶାରେ ୧୫ରୁ ଊର୍ଦ୍ଧ୍ୱ ଆସନରେ ବିଜେପିର ବିଜୟ ହାସଲ ହେବ । ସେହିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ଛତିଶଗଡ଼, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ବିଜେପି ଆଗୁଆ ରହିଛି । ସେହିପରି ଅନ୍ୟ କିଛି ରାଜ୍ୟରେ ଏନ୍‌ଡିଏ ସମର୍ଥିତ ଦଳଗୁଡ଼ିକ ଆଗୁଆ ଅଛନ୍ତି । ମୋଟା ମୋଟି କହବାକୁ ଗଲେ ଏନ୍‌ଡିଏ ବହୁମତ ଦିଗରେ ଅଗ୍ରସର ହେଉଛି ।

 

 

 

 

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking