29.1 C
Bhubaneswar
Monday, November 18, 2024
Homeଖାଦ୍ୟଆପଣ ରାତିରେ ମଧ୍ୟ ଭାତ ଖାଉଛନ୍ତି କି ଜାଣନ୍ତୁ କଣ ହୋଇପାରେ !

ଆପଣ ରାତିରେ ମଧ୍ୟ ଭାତ ଖାଉଛନ୍ତି କି ଜାଣନ୍ତୁ କଣ ହୋଇପାରେ !

ଭୁବନେଶ୍ୱର : ଭାତ ଆମ ଦୈନନ୍ଦିନ ଖାଦ୍ୟ ତାଲିକାର ଏକ ପ୍ରମୁଖ ଉପାଦାନ। ସାଧାରଣତଃ ଦିନ ସମୟରେ ଭାତ ଖାଉଥିବା ଲୋକେ ରାତିରେ ରୁଟି ମଧ୍ୟ ଖାଇବାକୁ ପସନ୍ଦ କରିଥାନ୍ତି | କିନ୍ତୁ ଅଧିକାଂଶ ଲୋକ ଗୋଟିଏ ଦିନରେ ଏକାଧିକ ଥର ଭାତ ଖାଇଥାନ୍ତି। ଆପଣ ଜାଣନ୍ତି କି ରାତିରେ ଭାତ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ? ଭାତ ଖାଇବା ଦ୍ୱାରା ମେଦବହୁଳତା ବୃଦ୍ଧିପାଏ ବୋଲି ଜାଣିଥିବେ, କିନ୍ତୁ ଏହି କାରଣରୁ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇପାରେ। କେଉଁମାନେ ରାତିରେ ଭାତ ଖାଇବା ଅନୁଚିତ୍, ଜାଣନ୍ତୁ;

ମେଦବହୁଳତା ବୃଦ୍ଧି ହେବାର ଆଶଙ୍କା : ରାତିରେ ଭାତ ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ଆଶଙ୍କା ବଢିପାରେ। ଚାଉଳରେ କାର୍ବୋହାଇଡ୍ରେଟ୍ ଅଧିକ ଥାଏ, ଯାହା ଶରୀରରେ ଚର୍ବି ବୃଦ୍ଧି କରିପାରେ। ଯଦି ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ରାତ୍ରି ଭୋଜନରେ ଭାତ ଖାଇବାଠୁ ଦୂରେଇ ରୁହନ୍ତୁ।

ମଧୁମେହ ରୋଗୀ : ମଧୁମେହ ରୋଗୀ ରାତିରେ ଆଦୌ ଭାତ ଖାଇବା କଥା ନୁହେଁ। କାରଣ ଏଥିରେ ଶର୍କରା ଥାଏ। ଚାଉଳରେ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବାରୁ ଏହା ରକ୍ତରେ ଶର୍କରା ସ୍ତରକୁ ଶୀଘ୍ର ବଢାଇପାରେ। ଏପରି ହେଲେ ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ି ଯାଇପାରେ।

ହଜମ ପ୍ରକ୍ରିୟା ସମସ୍ୟା : ଯେଉଁମାନଙ୍କର ହଜମ ପ୍ରକ୍ରିୟାରେ ସମସ୍ୟା ଥିବ, ସେମାନେ ରାତିରେ ଭାରତ ଖାଆନ୍ତୁ ନାହିଁ। କାରଣ ଭାତ ହଜମ ହେବାକୁ ଅଧିକ ସମୟ ନେଉଥିବା ବେଳେ ରାତିରେ ହଜମ ପ୍ରକ୍ରିୟା ମନ୍ଥର ହୋଇଯାଏ। ଏପରି ସମସ୍ୟା ଥିବା ଲୋକେ ଯଦି ରାତିରେ ଭାତ ଖାଆନ୍ତି ତେବେ, ସେମାନଙ୍କର କୋଷ୍ଠକାଠିନ୍ୟ, ଅମ୍ଳତା ଏବଂ ଅନ୍ୟାନ୍ୟ ହଜମ ସମସ୍ୟା ହୋଇପାରେ।

ଆର୍ଥ୍ରାଇଟିସ୍ ରୋଗୀ : ଆର୍ଥ୍ରାଇଟିସ୍ ରୋଗୀ ରାତିରେ ଭାତ ଖାଇବା ଅନୁଚିତ। ଚାଉଳରେ ଏପରି ଉପାଦାନ ଥାଏ ଯାହା ଶରୀରରେ ପ୍ରଦାହକୁ ବଢାଇପାରେ, ଫଳରେ ଆର୍ଥ୍ରାଇଟିସ ରୋଗୀଙ୍କ ଯନ୍ତ୍ରଣା ବଢିଯାଇଥାଏ।

ଶୋଇବା ସମ୍ବନ୍ଧୀୟ ସମସ୍ୟା : ଭାତ ଖାଇବା ଦ୍ୱାରା ଶରୀରରେ ଟ୍ରାଇପ୍ଟୋଫାନର ପରିମାଣ ବଢିଯାଏ, ଯାହା ଶୋଇବାରେ ସାହାଯ୍ୟ କରିଥାଏ। ତଥାପି, ଏହା କିଛି ଲୋକଙ୍କଠାରେ ସମସ୍ୟା ସୃଷ୍ଟି କରିପାରେ ଏବଂ ସେମାନଙ୍କର ଶୋଇବା ଗୁଣ ଉପରେ ପ୍ରଭାବ ପକାଇପାରେ। ଯଦି ଶୋଇବା ସମସ୍ୟା ଅଛି, ତେବେ ରାତିରେ ଭାତ ଖାଇବାଠାରୁ ଦୂରେଇ ରୁହନ୍ତୁ।

ରାତିରେ କଣ ଖାଇପାରିବେ : ରାତିରେ ଭାତ ବଦଳରେ ଶସ୍ୟଜାତୀୟ ଖାଦ୍ୟ, ଓଟ୍ସ କିମ୍ବା ଅନ୍ୟାନ୍ୟ ହାଲୁକା ଏବଂ ପୁଷ୍ଟିକର ଖାଦ୍ୟ ଖାଇପାରିବେ। ଏହା କେବଳ ହଜମ କରିବାରେ ସାହାଯ୍ୟ କରିବ ନାହିଁ, ବରଂ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking