28.1 C
Bhubaneswar
Monday, November 18, 2024
Homeଦେଶ ବିଦେଶରାଖିଙ୍କ ସର୍ଜରୀ ପରେ ପୂର୍ବତନ ସ୍ବାମୀ ରିତେଶଙ୍କ ପ୍ରତିକ୍ରିୟା

ରାଖିଙ୍କ ସର୍ଜରୀ ପରେ ପୂର୍ବତନ ସ୍ବାମୀ ରିତେଶଙ୍କ ପ୍ରତିକ୍ରିୟା

ମୁମ୍ବାଇ: ସଫଳ ହୋଇଛି ରାଖି ସାୱନ୍ତଙ୍କ ସର୍ଜରୀ କାର୍ଯ୍ୟ | ଏହା ପରେ ରାଖିଙ୍କ ପ୍ରଥମ ସ୍ବାମୀ ରିତେଶ ସିଂହ ତାଙ୍କ ଅବସ୍ଥା ବିଷୟରେ ଜଣାଇଛନ୍ତି । ଭିଡିଓ ମାଧ୍ୟମରେ ସେ ରାଖି ଚାଲିପାରୁନଥିବା ଦେଖାଇଛନ୍ତି। ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ଚର୍ଚ୍ଚାରେ ଥିଲେ ରାଖି। ଗର୍ଭାଶୟରେ ୧୦ ସେଣ୍ଟିମିଟରର ଟ୍ୟୁମର ହୋଇଥିବାରୁ ତାଙ୍କର କିଛି ଦିନ ତଳେ ସର୍ଜରୀ ‌ହୋଇଥିଲା। ପ୍ରଥମେ କର୍କଟ ହୋଇଥିବା ନେଇ ଡାକ୍ତର ସନ୍ଦେହ କରୁଥିବା ବେଳେ ପରେ କର୍କଟ ହୋଇନଥିବା ସ୍ପଷ୍ଟ କରିିଥିଲେ ଡାକ୍ତର। ଏହା ସହ ଗର୍ଭାଶୟରେ ହୋଇଥିବା ୧୦ସେଣ୍ଟିମିଟର ଟ୍ୟୁମରର ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଅସ୍ତ୍ରୋପଚାର ଶେଷ ହେବା ପରେ ରାଖିଙ୍କ ପୂର୍ବତନ ପ୍ରଥମ ସ୍ବାମୀ ରିତେଶ ତାଙ୍କ ଅବସ୍ଥା ବିଷୟରେ ଜଣାଇଥିଲେ। ସେ କହିଥିଲେ ଯେ, ‘ରାଖୀ ସାୱନ୍ତଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ଟ୍ୟୁମରଟି ବହୁତ ବଡ ଥିଲା। ରାଖିଙ୍କର ଏପର୍ଯ୍ୟନ୍ତ ଚେତା ଫେରି ନାହିଁ। ୩ଘଣ୍ଟାର ଅପରେସନ ସଫଳ ହେବା ପରେ ରାଖି ଶୀଘ୍ର ସୁସ୍ଥ ହେବେ ଏବଂ ମଜାକ୍ ଉଡ଼ାଉଥିବା ଲୋକଙ୍କୁ ଜବାବ ଦେବେ।’ ଏବେ ରିତେଶ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୁଁ ବହୁତ ଖୁସି। ରାଖିଜୀ ଶୀଘ୍ର ଆମ ଗହଣକୁ ଫେରିବେ। ଆଜି ଅସ୍ତ୍ରୋପଚାର ପରେ ତାଙ୍କୁ ପ୍ରଥମେ ଚାଲିବାକୁ ଚେଷ୍ଟା କରୁଥିବା ଦେଖି ଭଲ ଲାଗିଲା। ଭଗବାନ ଏବଂ ଜନସାଧାରଣଙ୍କୁ ଧନ୍ୟବାଦ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking