ଦେହରାଡୁନ୍ : ଉତ୍ତରପ୍ରଦେଶର ଦୁଇଜଣ ଦିଗମ୍ବର ଜୈନ ସାଧୁଙ୍କୁ ହଇରାଣ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଛି ବୋଲି ମଙ୍ଗଳବାର ଦିନ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଅପରାଧୀ ଜଣଙ୍କ ତେହେରୀ ଜିଲ୍ଲାର ବାସିନ୍ଦା ଅଟନ୍ତି। ତାଙ୍କୁ ଭାରତୀୟ ଦଣ୍ଡ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ ଗିରଫ କରାଯିବ ବୋଲି ଉତ୍ତରପ୍ରଦେଶର ମହାନିର୍ଦ୍ଦେଶକ ଅଭିନଭ କୁମାର କହିଛନ୍ତି। ଭିଡିଓରେ, ଦେଖାଯାଇଛି ଯେ ସାଧୁ ଦୁଇ ଜଣ ରାସ୍ତା କଡରେ ବସିଥିବା ଦେଖିବାକୁ ମିଳିଛି ଓ ଆଉ ସେ ବ୍ୟକ୍ତି ଜଣକ ସେମାନଙ୍କ ସାମ୍ନାରେ ଛିଡା ହୋଇଛନ୍ତି । ସର୍ବସାଧାରଣ ସ୍ଥାନରେ କାହିଁକି ସେ ସାଧୁମାନେ କୌଣସି ବସ୍ତ୍ର ପରିଧାନ କରନ୍ତି ନାହିଁ ବୋଲି ସେ ବ୍ୟକ୍ତି ଜଣକ ତାଙ୍କୁ ପ୍ରଶ୍ନ କରିଥିଲେ । ତେବେ ସନ୍ଥମାନେ ଏହାର ଉତ୍ତର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ବ୍ୟକ୍ତି ଜଣକ ଏହାକୁ ଅବିଶ୍ୱାସୀ ମନେ କରିଥିଲେ, ପରେ ସାଧୁମାନେ ଆଉ ପ୍ରଶ୍ନର ଉତ୍ତର ଦେବାକୁ ଇଛା କରିନଥିଲେ ଏବଂ ସେଠାରୁ ଚାଲିଯାଇଥିଲେ। ଯାହା ତାଙ୍କ ଭାବନାକୁ ଆଘାତ ଦେଇଥିଲା । ଦିଗମ୍ବର ଜୈନ ସାଧୁମାନଙ୍କ ପାଇଁ, ପୋଷାକ ନ ପିନ୍ଧିବା ସେମାନଙ୍କ ବିଶ୍ୱାସର କେନ୍ଦ୍ର ଅଟେ। ତେବେ ଏଭଳି ପ୍ରଶ୍ନ ତାଙ୍କ ଆତ୍ମୀୟ ଭାବନାକୁ ବହୁ ଆଘାତ ଦେଇଛି । ଡିଜିପି କୁମାର କହିଛନ୍ତି, “ଏହି ଭିଡିଓ ଦିଗମ୍ବର ଜୈନଙ୍କ ଭାବନାକୁ ଆଘାତ ଦେଇଛି । ଉତ୍ତରାଖଣ୍ଡ ସମସ୍ତ ଧର୍ମର ଅନୁଗାମୀଙ୍କ ବିଶ୍ୱାସକୁ ସମ୍ମାନ କରେ। କୌଣସି ଧର୍ମ ପ୍ରତି କୌଣସି ପ୍ରକାର ଅସମ୍ମାନକୁ ବରଦାସ୍ତ କରାଯାଇପାରିବ ନାହିଁ।” ଉତ୍ତରପ୍ରଦେଶ ପୋଲିସର ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏହି ଘଟଣାର ତଦନ୍ତ କରିବ ଏବଂ ଖୁବ୍ ଶୀଘ୍ର ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁମାର କହିଛନ୍ତି।