26.1 C
Bhubaneswar
Friday, November 1, 2024
Homeଦେଶ ବିଦେଶଇଡି ପଞ୍ଝାରେ ଆଉଜଣେ ଝାଡଖଣ୍ଡ ମନ୍ତ୍ରୀ; ଗିରଫ ହେଲେ ଆଲାମଗିରି ଆଲାନ୍

ଇଡି ପଞ୍ଝାରେ ଆଉଜଣେ ଝାଡଖଣ୍ଡ ମନ୍ତ୍ରୀ; ଗିରଫ ହେଲେ ଆଲାମଗିରି ଆଲାନ୍

ରାଞ୍ଚି : ଶାସକ ଦଳ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)ର ମୁଖ୍ୟ ତଥା ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବେ ଇଡି ଜାଲରେ ଫଶିଥିବା ବେଳେ ଆଜି ତାଙ୍କ ସରକାରର ଆଉ ଜଣେ ମନ୍ତ୍ରୀ ମଧ୍ୟ ମନି ଲଣ୍ଡରିଂ ଭଳି ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି । ୭୦ ବର୍ଷୀୟ ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମ୍‌ଗିରି ଆଲାନ୍‌ଙ୍କୁ ଆଜି ସନ୍ଧ୍ୟାରେ ଇଡି ଗିରଫ କରିଛି । ବେଆଇନ୍ ଅର୍ଥ କାରବାର ଏବଂ ହେରଫେର ମାମଲାରେ ମଙ୍ଗଳବାର ତାଙ୍କୁ ଇଡି ପକ୍ଷରୁ ଦୀର୍ଘ ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା କରାଯାଇଥିଲା । ତେବେ ଆଜି ସକାଳୁ ମଧ୍ୟ ସେ ଇଡି ଜେରାର ସମ୍ମୁଖୀନ ହୋଇଥିଲେ । ଏହା ପରେ ପରେ ଇଡି ଅଧିକାରୀ ତାଙ୍କୁ ଗିରଫ କରିଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ ଗତ ୬ ତାରିଖରେ ଆଲାମଗିରି ଆଲାନ୍‌ଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହାୟକଙ୍କ ଘରୁ ୭ କୋଟି ଟଙ୍କା ନଗଦ ଅର୍ଥରାଶି ଜବତ କରାଯାଇଥିଲା । ପରେ ରାଞ୍ଚିରେ ଥିବା ସଞ୍ଜୀବ ଲାଲଙ୍କ ଏକାଧିକ ଠିକଣା ସ୍ଥାନରେ ଚଢ଼ାଉ କରି ଇଡି ଅଧିକାରୀମାନେ ପ୍ରାୟ ୩୭ କୋଟିରୁ ଅଧିକ ନଗଦ ଟଙ୍କା ଓ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରିଥିଲେ । ଜବତ ହୋଇଥିବା ୩୭ କୋଟି ଟଙ୍କା ସବୁ ୫୦୦ଟଙ୍କିଆ ନୋଟ୍ ଥିଲା । ତେବେ ଏନେଇ ଯେତେବେଳେ ସଞ୍ଜୀବ ଲାଲଙ୍କୁ ଜେରା କରାଯାଇଥିଲା ସେତେବେଳେ ସେ ଏସବୁ ଅର୍ଥ ମନ୍ତ୍ରୀ ଆଲାମ୍‌ଗିରି ଆଲାନ୍‌ଙ୍କର ବୋଲି ସ୍ପଷ୍ଟ କରିଥିଲେ । ପରେ ଇଡି ଏହି ଘଟଣାରେ ସଞ୍ଜୀବ ଲାଲ ଓ ସଞ୍ଜୀବଙ୍କ ଘରେ କାମ କରୁଥିବା ଗୃହ ସହାୟକଙ୍କୁ ମଧ୍ୟ ଗିରଫ କରିଥିଲା । ତେବେ ଗତ ୧୪/୧୫ ଘଣ୍ଟା ଧରି ଏହି ପ୍ରସଙ୍ଗରେ ମନ୍ତ୍ରୀ ଆଲାମଗିରିଙ୍କୁ ଜେରା କରିବା ପରେ ଇଡି କର୍ତ୍ତୃପକ୍ଷ ଆଜି ତାଙ୍କୁ ମଧ୍ୟ ଗିରଫ କରିଛନ୍ତି । ପ୍ରକାଶ, ଏହି ଚଢ଼ାଉ ଝାରଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗରେ କିଛି ଯୋଜନା କାର‌୍ୟ୍ୟକାରୀ କରିବାରେ ଅନିୟମିତତା ସହ ଜଡିତ ଅର୍ଥ ହେରଫେର ମାମଲାକୁ ନେଇ ହୋଇଥିଲା । ଏହି ଘଟଣାରେ ବିଭାଗର ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ର କେ ରାମଙ୍କୁ ଗତ ବର୍ଷ ଫେବ୍ରୁଆରୀରେ ଗିରଫ କରାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking