28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶ୫ ମାସର ଶିଶୁକୁ ଝୁଣି ଖାଇଲା କୁକୁର

୫ ମାସର ଶିଶୁକୁ ଝୁଣି ଖାଇଲା କୁକୁର

ତେଲଙ୍ଗାନା : ୫ ମାସର ଶିଶୁକୁ ଝୁଣି ଖାଇଲା କୁକୁର । ତେଲଙ୍ଗାନାର ବିକାରାବାଦଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଶିଶୁଟି ଘରେ ଶୋଇଥିବା ସମୟରେ ବୁଲା କୁକୁର ଘର ଭିତରକୁ ପଶି ଆସି ଶିଶୁକୁ ପ୍ରଥମେ କାମୁଡି ଥିଲା ଓ ପରେ ଝୁଣି ମାରି ଦେଇଥିଲା । ଶିଶୁର କାନ୍ଦ ଶବ୍ଦ ଶୁଣି ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି କୁକୁରକୁ ବାଡେଇଥିଲେ ଓ ଶିଶୁକୁ ତୁରନ୍ତ ମେଡିକାଲ ନେଇଥିଲେ । କିନ୍ତୁ ସେତେବେଳକୁ ଶିଶୁର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯିବା ସହିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଥିଲା । ପୋଲିସର ତଦନ୍ତ ଅନୁସାରେ, ଜଣେ ବ୍ୟକ୍ତି ନିଜ ଘରେ ଏହି କୁକୁରକୁ ପାଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking