20.1 C
Bhubaneswar
Monday, November 25, 2024
Homeଓଡିଶାସୁରକ୍ଷା ପାଇଁ ୧୭ ହଜାର ପୋଲିସ : ଡିଜିପି

ସୁରକ୍ଷା ପାଇଁ ୧୭ ହଜାର ପୋଲିସ : ଡିଜିପି

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସୁରକ୍ଷା କଡାକଡି । କାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସୁରକ୍ଷା ନେଇ ଡିଜିପି ଅରୁଣ ଷଡଙ୍ଗୀଙ୍କ ସୂଚନା । ୯ ଜିଲ୍ଲାରେ ୬୨୮୨ ଲୋକେସନ୍‌ରେ ୭୨୯୮ ପୋଲିଂ ବୁଥ୍ ରହିଛି । ଏହା ମଧ୍ୟରେ ୫୩୭ଟି ମାଓ ପ୍ରଭାବିତ ଅଞ୍ଚଳରେ ପୋଲିଂ ବୁଥ୍ ଅଛି । କାଲିର ମତଦାନ ପାଇଁ ମୋଟ ୧୭ ହଜାର ପୋଲିସ ଫୋର୍ସ ରହିବେ । ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଓ ୬୬ ପ୍ଲାଟୁନ ଏସ୍‌ଏପି ଜଗିବେ । ୬ ଶହ ମୋବାଇଲ ପାର୍ଟି ବିଭିନ୍ନ ବୁଥ୍ ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ଡିଜିପି । ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥ୍ ବୁଲି ରିପୋର୍ଟ ନେବେ । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାକୁ ଲାଗି ୫୧ ଚେକ୍‌ପୋଷ୍ଟ ରହିଛି । ଆନ୍ଧ୍ର ଓ ଛତିଶଗଡକୁ ଲାଗିଥିବା ଏସବୁ ଚେକ୍‌ପୋଷ୍ଟରେ ସିସିଟିଭି ରହିଛି । ଏନେଇ ସଜାଗ ରହିଛି ଗୋଟିଏ ହେଲିକପ୍ଟର ଓ ଏୟାର ଆମ୍ବୁଲାନ୍ସ । ସୁନାବେଡା ଅଭୟାରଣ୍ୟରେ ବୁଥକୁ ହ୍ୟାଲିକପ୍ଟରରେ ଯିବେ ପୋଲିଂ ଟିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking