28.1 C
Bhubaneswar
Sunday, September 22, 2024
Homeଓଡିଶାଘସିପୁରାରୁ ସ୍ୱାଧୀନ ଲଢ଼ିବେ ସୌମ୍ୟ

ଘସିପୁରାରୁ ସ୍ୱାଧୀନ ଲଢ଼ିବେ ସୌମ୍ୟ

ଭୁବନେଶ୍ୱର: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ ଆଲୋଚନା ହେଉଥିଲା ଯେ, ସୌମ୍ୟ ଘସିପୁରାରୁ ଭାଜପା ବିଧାୟକ ପ୍ରାର୍ଥୀ ହେବେ । କିନ୍ତୁ ଗୁରୁବାର ଭାଜପା ଏହି ଆସନରୁ ଡା. ଶମ୍ବୁନାଥ ରାଉତ ନାମ ଘୋଷଣା କରିଛି ।

ଜନସଭା ପରେ ସୌମ୍ୟ କହିଛନ୍ତି ଯେ, ଆଜିର ସମାବେଶ ଦେଖି ଲାଗୁଛି ଲୋକମାନେ ଏଥର ପରିବର୍ତ୍ତନ ଚାହୁଁଛନ୍ତି। ଘସିପୁରା ଅଞ୍ଚଳରେ ଦୀର୍ଘଦିନ ଧରି ହେଉଥିବା ଗୁଣ୍ଡାଗର୍ଦ୍ଦି, ହତ୍ୟାକାଣ୍ଡ, ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲୋକେ ସ୍ୱର ଉଠାଇବାକୁ ଲାଗିଲେଣି। ଲୋକମାନେ ଅପରାଧୀଙ୍କ ହାତରୁ କ୍ଷମତା ଛଡ଼ାଇ କିଛି ଭଲ ଲୋକଙ୍କ ହାତରେ ଦେବାକୁ ଉତ୍କଣ୍ଠା ଆଗ୍ରହ ମୁଁ ଦେଖିପାରୁଛି। ତେଣୁ ଲୋକଙ୍କ ଚାପରେ ମୁଁ ଘସିପୁରାରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛି। ଆସନ୍ତା ୬ ତାରିଖ କିମ୍ବା ତା ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ କରିବି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking