32.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ପହଞ୍ଚିଲା କୋଭିସିଲ୍ଡ ଟିକା ମାମଲା

ସୁପ୍ରିମକୋର୍ଟରେ ପହଞ୍ଚିଲା କୋଭିସିଲ୍ଡ ଟିକା ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା କୋଭିସିଲ୍ଡ ଟିକା ମାମଲା । ଏମ୍ସ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏକ ମେଡିକାଲ ଏକ୍ସପର୍ଟ ଟିମ୍ ଗଠନ କରିବାକୁ ଆବେଦନରେ ଦର୍ଶାଯାଇଛି । ଆଇନଜୀବୀ ବିଶାଲ ତ୍ୱିୱାରୀ ଏହି ପିଟିସନ ଦାୟର କରିଛନ୍ତି । କୋଭିସିଲ୍ଡ ଟିକାର କୁପ୍ରଭାବ କ’ଣ ରହିଛି ଏହି ଟିମ ଦ୍ୱାରା ତାହାର ଯାଞ୍ଚ ପାଇଁ ସେ ପିଟିସନରେ ଉଲ୍ଲେଖ କରିଛନ୍ତି । ଟିକା ପ୍ରସ୍ତୁତକାରୀ କମ୍ପାନୀର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ଟିକାକୁ ନେଇ ଖୁବ କମ୍ ଲୋକଙ୍କ କ୍ଷେତ୍ରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି । କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ରକ୍ତରେ ଥିବା ପ୍ଲେଟଲେଟର ସଂଖ୍ୟା ହ୍ରାସ ପାଇବା ସହ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଦେଇପାରେ ।

ଏହି ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଆଷ୍ଟ୍ରୋଜେନିକା ମଧ୍ୟ ସ୍ୱୀକାର କରିଛି ଯେ କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଥାଇପାରେ । ମହାମାରୀ କୋରୋନା ସମୟରେ ଆଷ୍ଟ୍ରୋଜେନିକା ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଟିକା ପାଇଁ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କମ୍ପାନୀ ଟିକା ଉତ୍ପାଦନ କରିଥିଲା । ଏନେଇ ପିଟିସନରେ ଦର୍ଶାଯାଇଛି ଯେ, ପାଖାପାଖି ୧୭୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏହି ଟିକା ଦିଆଯାଇଛି ।ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ, କୋଭିଡ ପରେ ପରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିଛି । ଯୁବକମାନଙ୍କ କ୍ଷେତ୍ରରେ ମଧ୍ୟ ବହୁ ସଂଖ୍ୟାରେ ହୃଦଘାତ ମାମଲା ସାମନାକୁ ଆସିଛି । ଏଭଳି ସ୍ଥିତିରେ ସରକାର ସମସ୍ତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ଯତ୍ନବାନ ହେବା ଉଚିତ । କେନ୍ଦ୍ର ସରକାର ଏଭଳି ଘଟଣାକୁ ଗୁରୁତର ସହ ନେଇ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବା ଜରୁରୀ । ଏହାସହ କୋଭିଡ ସମୟରେ ଟିକା ନେଇଥିବା ବ୍ୟକ୍ତିଙ୍କର ପାର୍ଶ୍ୱ ପ୍ରତିକ୍ରିୟା ଜନିତ ମୃତ୍ୟୁ ହେଉଥିଲେ ସେମାନଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଆବେଦନକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking