34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଖାରଜ ହେଲା ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ

ଖାରଜ ହେଲା ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ

ନୂଆଦିଲ୍ଲୀ: ଖାରଜ ହେଲା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆଜି ତାଙ୍କ ଆବେଦନ ଖାରଜ କରିଥିବା ଜଣାପଡ଼ିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା କବିତ‌ା ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିନଥିବା ସାମ୍ନାକୁ ଆସିଛି। ଗତ ମାସରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କବିତାଙ୍କୁ ଗିରଫ କରାଯାଇଥିଲା। ଗତ ଏପ୍ରିଲ ୨ରେ କୋର୍ଟ ତାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ।

ଏବେ ସେ ଏପ୍ରିଲ ୧୫ପର୍ଯ୍ୟନ୍ତ ଜେଲରେ ରହିବେ। ସୂଚନା ମୁତାବକ, ପୁଅର ପରୀକ୍ଷା ଥିବା ଦର୍ଶାଇ କବିତା ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ କୋର୍ଟରେ ଆବେଦନ କରିଥିଲେ।ବିଆରଏସ ନେତ୍ରୀଙ୍କ ଆବେଦନ ଉପରେ ଶୁଣାଣି ବେଳେ ତାଙ୍କ ଓକିଲ କହିଥିଲେ ଯେ, କେ. କବିତାଙ୍କ ପୁଅଙ୍କର ପରୀକ୍ଷା ଏପ୍ରିଲ ମାସରେ ଆରମ୍ଭ ହେବାକୁ ଯାଉଛି। ତାଙ୍କର ୧୬ବର୍ଷର ପୁଅ ପରୀକ୍ଷା ସମୟରେ ମା’ର ସମର୍ଥନ ଆବଶ୍ୟକ କରେ। ଭାଇ କିମ୍ବା ବାପା, ମା’ଙ୍କ ଅନୁପସ୍ଥିତିକୁ ପୂରଣ କରିପାରିବେ ନାହିଁ। ଏପରି ପରିସ୍ଥିତିରେ ତାଙ୍କୁ ଅନ୍ତରୀଣ ଜାମିନ ଦିଆଯାଉ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking