28.1 C
Bhubaneswar
Friday, October 18, 2024
Homeଅପରାଧଆକ୍ସନ ମୁଡ଼ରେ ଢେଙ୍କାନାଳ ପୋଲିସ; ଡକାୟତି ଅଭିଯୋଗରେ ୯ଜଣ ଗିରଫ

ଆକ୍ସନ ମୁଡ଼ରେ ଢେଙ୍କାନାଳ ପୋଲିସ; ଡକାୟତି ଅଭିଯୋଗରେ ୯ଜଣ ଗିରଫ

ଢେଙ୍କାନାଳ: ଦିନକୁ ଦିନ ଢେଙ୍କାନାଳରେ ବଡି ଚାଲିଛି ଚୋରି ଡକାୟତି ପରି ଘଟଣା । ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଆକ୍ସନ ମୋଡରେ ଢେଙ୍କାନାଳ ପୋଲିସ । ଚଢଉ କରି ଦୁଇଟି ଡକାୟତି ଗ୍ୟାଙ୍ଗକୁ ଠାବ କରିବା ସହ ୯ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ବିପୁଳ ମାରଣାସ୍ତ୍ର ଜବତ ମଧ୍ୟ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତ ଅନେକ ସମୟରେ ଲୋକଙ୍କୁ ଭୟଭୀତ କରାଇ ଜକାୟତି କରୁଥିଲେ ।

ପୁରୁଣା କଟକ ସମ୍ବଲପୁର ରାସ୍ତାର ଯାତ୍ରୀ ମାନଙ୍କୁ ଟାର୍ଗେଟ କରୁଛନ୍ତି ଡକାୟତି ଗ୍ୟାଙ୍ଗ । ଗୁଳି ଓ ଭୁଜାଲିରେ ଆକ୍ରମଣ କରି ଲୁଟେରା ମାନେ ଲୁଟି ଚାଲିଛନ୍ତି । ଏହି ଘଟଣାରେ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଜିଲ୍ଲା ଏସପି ମାଡ଼କର ସନ୍ଦୀପ ସମ୍ପଦ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରିଛନ୍ତି । ଏହି ସ୍ପେଶାଲ ସ୍କ୍ୱାର୍ଡ ବିଭିନ୍ନ ଜାଗାରେ ଚଢ଼ାଉ ଆରମ୍ଭ କରିଛି । ଗତକାଲି ଭାପୁର ଫାଣ୍ଡି ଅଞ୍ଚଳରେ ମାଟିଆ ମୁଣ୍ଡିଆ ଜଙ୍ଗଲରେ ଏକ ଡକାୟତି ଗ୍ୟାଙ୍ଗ ଡକାୟତି ନେଇ ଯୋଜନା କରୁଥିଲେ । ଏନେଇ ବିଶେଷ ସୁତ୍ରରୁ ଖବର ପାଇଁ ସଦର ପୋଲିସ ଜଙ୍ଗଲରେ ଚଢଉ କରି ଡକାୟତଙ୍କ ଠାରୁ ଦେଶୀ ପିସ୍ତଲ, ୭ଟି ଅଫୁଟା ଗୁଳି, ଖଣ୍ଡା ଓ ଭୁଜାଲି ଆଦି ମାରଣାସ୍ତ୍ରକୁ ଜବତ କରିଥିଲା ।

ଘଟଣାସ୍ଥଳରୁ ୪ଜଣଙ୍କୁ ପୋଲିସ ଗିରଫ କରିବା ସହିତ ଡକାୟତିରେ ବ୍ୟବହାର କରୁଥିବା ଦୁଇଟି ବାଇକ ଓ ଲଙ୍କାଗୁଣ୍ଡ ଆଦି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଭାପୁର କଦମପାଳ ଗ୍ରାମର ସନ୍ତୋଷ ନାଏକ ଓ ଗୁଣ୍ଡିଚା ନାଏକ, ମୋଟଙ୍ଗା ଥାନା ହଳଦିଆବାହାଳ ଗ୍ରାମର ମିଲନ ନାଏକ ଓ ସଦର ଥାନା ଚାକୁଣ୍ଡା ନାଳୀ ଗ୍ରାମର ଦୁଷ୍ମନ୍ତ ନାଏକ ବୋଲି ଜଣାପଡିଛି । ଏମାନେ ସମସ୍ତେ ପେଷାଦାର ଡକାୟତ ଓ ଢେଙ୍କାନାଳ ଟାଉନ, ସଦର, ମୋଟଙ୍ଗା ଓ ରାସୋଳ ଆଦି ଥାନା ଅଞ୍ଚଳର ରାସ୍ତା ଘାଟରେ ଲୋକଙ୍କ ଠାରୁ ଲୁଟ ପାଟ କରନ୍ତି ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଥିବା ଢେଙ୍କାନାଳ ଏସ ଡିପିଓ ବିଭୂତି ଭୂଷଣ ମହାପାତ୍ର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking