29.1 C
Bhubaneswar
Friday, October 18, 2024
Homeଓଡିଶାଆଜି ୮୮ତମ ଉତ୍କଳ ଦିବସ ପାଳୁଛି ରାଜ୍ୟ

ଆଜି ୮୮ତମ ଉତ୍କଳ ଦିବସ ପାଳୁଛି ରାଜ୍ୟ

ଭୁବନେଶ୍ୱର : ଆଜି ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୁରିଛି ୮୮ ବର୍ଷ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ନୂଆ ପରିଚୟ ପାଇଥିଲା ଆମ ରାଜ୍ୟ । ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କ ପାଇଁ ଏହା ହେଉଛି ଗର୍ବ ଓ ଗୌରବର ଦିନ । ଆଜି ଉଜ୍ଜୀବିତ ହେଉଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି । ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ । ଆଜିର ଦିନରେ ରାଜ୍ୟର ମାନ୍ୟତା ପାଇଥିଲା ଉତ୍କଳ । ନବ ଗଠିତ ରାଜ୍ୟ ଭାବେ ମାନଚିତ୍ରରେ ଶୋଭାମଣ୍ଡନ କରିଥିଲା ଓଡ଼ିଶା । ଆଜିର ଦିନରେ ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିବାରୁ ଏହି ସ୍ମୃତିକୁ ମନେରଖିବାକୁ ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଏ ଉତ୍କଳ ଦିବସ ।

ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ବାଣିଜ୍ୟ ଓ ପର୍ଯ୍ୟଟନ ବେଶ ସ୍ୱତନ୍ତ୍ର । ଆମର ମନ୍ଦିରରେ କଳା, ଭାସ୍କର୍ଯ୍ୟ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । କୋଣାର୍କରୁ ନେଇ ଲିଙ୍ଗରାଜ ଓଡ଼ିଆର କାରୁକାର୍ଯ୍ୟର ଜ୍ୱଳନ୍ତ ଉଦାହରଣ । ଆମ ଜାତି ଲଢୁଆ ଜାତି । ଆମର ତ୍ୟାଗ, ବଳିଦାନ ଇତିହାସ ବିଦିତ । ଦେଶ ସ୍ୱାଧୀନତାରେ ପାଇକ ସଂଗ୍ରାମର ଭୂମିକା ସର୍ବଦା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଓଡ଼ିଶା ଜାତିର ଅସ୍ମିତାର ସୁରକ୍ଷା ନେଇ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଯାହାକୁ ନେଇ ପ୍ରତିଟି ସ୍ୱାଭିମାନୀ ଓଡ଼ିଆ ଗର୍ବ କରେ । ସେ ନଅଙ୍କ ଦୁର୍ଭିକ୍ଷ କଥା କୁହନ୍ତୁ କି ମହାବାତ୍ୟା ସବୁର ମୁକାବିଲା କରି ପୁଣି ଅଣ୍ଟା ସଳଖୀ ଛିଡା ହୋଇଛି ରାଜ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking