31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଆସାମ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା

ଆସାମ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା

କୋଲକାତା/ଦିସପୁର: ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡ ତାଣ୍ଡବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ପ୍ରବଳ ପବନ ସହ କୁଆପଥର ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ଜଲପାଇଗୁଡି ଓ ଆଖପାଖ ଅଞ୍ଚଳରେ ପ୍ରାୟ 4ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଶତାଧିକ ଆହତ ହୋଇଛନ୍ତି । ବହୁସଂଖ୍ୟାରେ ଘର, ଗଛ ଓ ବିଦ୍ୟୁତ ଖୁଣ୍ଟି ଉପୁଡି ପଡିଛି । ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ସମ୍ପର୍କରେ ପ୍ରାଥମିକ ଆକଳନ ପରେ ସ୍ପଷ୍ଟ ହେବା ନେଇ ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।

ସେହିପରି ଆସାମର ଅନ୍ୟତମ ପ୍ରମୁଖ ସହର ଗୌହାଟୀ ଓ ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ଅପରାହ୍ନରେ ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଫଳରେ ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଟର୍ମିନାଲ ବିଲ୍ଡିଂର ସେଡ ଭାଙ୍ଗି ପାଣି ପଶିଛି । ଫଳରେ ଯାତ୍ରୀସେବା ପ୍ରଭାବିତ ହୋଇଛି । ବିମାନ ବନ୍ଦରରେ ସାମୟିକ ଅଚଳାବସ୍ଥା ମଧ୍ୟ ଦେଖାଯାଇଛି । କିଛି ବିମାନର ଉଡାଣ ବିଳମ୍ବ ହେବା ସହ ଅବତରଣ କରିବାକୁ ଥିବା ବିମାନକୁ ଅନ୍ୟତ୍ର ଡାଇଭର୍ଟ କରିବାକୁ ପଡିଛି ।

ସହରରେ ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଗଛ ଓ ବିଜୁଳି ଖୁଣ୍ଟି ମଧ୍ୟ ଉପୁଡି ପଡିଥିବା ଜଣାପଡିଛି । ସହରରେ ମୃତାହତଙ୍କ ସମ୍ପର୍କରେ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିନି । ଗୌହାଟୀର ଲୋକପ୍ରିୟ ଗୋପନାଥ ବୋର୍ଦୋଲାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ଉତ୍ପଲ ବରୁଆ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ଦେଇଥିବା ସୂଚନାରେ କହିଛନ୍ତି, 6ଟି ବିମାନକୁ ଅନ୍ୟତ୍ର ଡାଇଭର୍ଟ କରିବାକୁ ପଡିଛି । ଅପରାହ୍ନରେ ଅବତରଣ କରିବା ସୂଚୀରେ ଥିବା 6ଟି ବିମାନକୁ ନିକଟବର୍ତ୍ତୀ ଅଗରତାଲା ଓ କୋଲକାତା ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଛି । ରୁଫ ସିଲିଂରେ ସମସ୍ୟା କାରଣରୁ ଟର୍ମିନାଲ ବିଲ୍ଡିଂରେ ପାଣି ପଶିଛି । ବିମାନ ବନ୍ଦରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ମଧ୍ଯରେ ଏକ ବଡ ଗଛ ଭାଙ୍ଗି ପଡିବାରୁ ଯାତାୟତ ବିଚ୍ଛିନ୍ନ ହୋଇଛି । ପୁନରଦ୍ଧାର କାର୍ଯ୍ୟ ଜାରି ରହିଛି । ଖୁବଶୀଘ୍ର ସବୁ କିଛି ସ୍ବାଭାବିକ କରିବାକୁ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking