19.1 C
Bhubaneswar
Tuesday, November 26, 2024
Homeଓଡିଶାରେଲୱେ ଷ୍ଟେସନ ନିକଟରେ ମାଡମାରି ଲୁଟ ଘଟଣାରେ ୩ ଗିରଫ

ରେଲୱେ ଷ୍ଟେସନ ନିକଟରେ ମାଡମାରି ଲୁଟ ଘଟଣାରେ ୩ ଗିରଫ

ଭୁବନେଶ୍ୱର: ତିନି ଜଣ ସ୍ମାର୍ଟ ଚୋରଙ୍କୁ ବାନ୍ଧିଲା ଖାରବେଳନଗର ଥାନା ପୁଲିସ । ଗିରଫମାନେ ହେଲେ ଖାରବେଳନଗର ଥାନା ଅଞ୍ଚଳର ବିଜୁ ବେହେରା(୨୬), ନସିମ ରେହେମନ(୩୭) ଏବଂ ଏସକେ ଅବଦୁଲ ହନନ(୩୫) । ସୂଚନାଯୋଗ୍ୟ ଯେ, ଗତ କାଲି ସକାଳେ ଅଭିଯୋଗକାରୀ ସନ୍ତୋଷ ମୁଦୁଲି ତାଙ୍କର ଜଣେ ବନ୍ଧୁଙ୍କୁ ରେଲୱେ ଷ୍ଟେସନରେ ଛାଡି ସେଠାରୁ ଘରକୁ ଫେରିବା ସମୟରେ ରିଲାଏନ୍ସ ଫ୍ରେସ ନିକଟରେ ଅଭିଯୁକ୍ତମାନେ ଏବଂ ତାଙ୍କର ଜଣେ ସହଯୋଗୀ ତାଙ୍କୁ ରାସ୍ତାରେ ଜୋରଜବରଦସ୍ତ ଅଟକାଇଥିଲେ । ସେଠାରେ ସନ୍ତୋଷକୁ ଟଙ୍କା ମାଗିଥିଲେ ସେ ନଦେବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ ମାରିବା ସହିତ ତାଙ୍କ ଫୋନ ଛଡାଇ ନେଇ ଦୁଇଟି କିସ୍ତିରେ ୯୦ ହଜାର ୯୦୦ ଟଙ୍କା ଅଭିଯୁକ୍ତ ବିଜୁ ବେହେରାଙ୍କ ଆକାଉଣ୍ଟକୁ ଫୋନ-ପେ ମାଧ୍ୟମରେ ମାଡମାରି ଟ୍ରାନ୍ସଫର କରିନେଇଥିଲେ । ଯଦି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇ ଫୋନ ଫେରାଇ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ସନ୍ତୋଷ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁକରି ତଦନ୍ତ କରିବା ସହିତ ଆଜି ୟୁନିଟ-୩ ଅଞ୍ଚଳରେ ଚଢଉ କରି ଉକ୍ତ ୩ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଛି । ଛାନଭିନ ସମୟରେ ପୁଲିସ ସେମାନଙ୍କ ନିକଟରୁ ମୋଟ ୯୦ହଜାର ଟଙ୍କା ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜର ଅନ୍ୟ ଏକ ସହଯୋଗୀଙ୍କ ସହିତ ମିଶି ଏହି କାଣ୍ଡ ଭିଆଇ ଥିବା କଥା ସ୍ୱୀକାର କରିଥିଲେ । ପୂର୍ବ ଅପରାଧ ଯାଞ୍ଚ ବେଳେ ବିଜୁ ବେହେରାଙ୍କ ନାମରେ ଖାରବେଳନଗର ଥାନାରେ ୪ଟି ମାମଲା ରହିଥିବା ବେଳେ ନୟାପଲ୍ଲୀ ଥାନାରେ ଗୋଟିଏ ମାମଲା ରହିଛି । ସେହିପରି ନସିମ ରେହେମାନଙ୍କ ନାମରେ ଖାରବେଳନଗର ଥାନାରେ ୩ଟି ମାମଲା ରହିଥିବା ବେଳେ ଏସକେ ଅବଦୁଲ ହନନଙ୍କ ନାମରେ ବାଲିଅନ୍ତା ଥାନାରେ ଗୋଟିଏ ମାମଲା ରହିଥିବା ଜଣାପଡିଛିୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking