19.1 C
Bhubaneswar
Friday, November 22, 2024
Homeଓଡିଶାଛତିଶା ନିଯୋଗ ବୈଠକ; ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ଛତିଶା ନିଯୋଗ ବୈଠକ; ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ଆସନ୍ତା ୧୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦୋଳପୂର୍ଣ୍ଣମୀ ନୀତି । ଏଥିପାଇଁ ଆଜି ନୀଳାଦ୍ରି ଭକ୍ତ ନିବାସରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଯାଇଛି । ଆସନ୍ତା ୨୪ ଓ ୨୫ ତାରିଖ ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣମୀ ନୀତି ଉପରେ ମୋହର ମାରିଛି ଛତିଶା ନିଯୋଗ । ୨୪ ଓ ୨୫ ତାରିଖ ରାତି ୩ ଟା ରେ ଶ୍ରୀମନ୍ଦିର ଦ୍ୱାର ଫିଟି ଅନ୍ୟାନ୍ୟ ନୀତି କାନ୍ତି ହେବ । ୨୫ ତାରିଖ ଦୋଳପୂର୍ଣ୍ଣମୀ ଦିନ ଦୋଳବେଦୀ ଉପରେ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବ । ତେବେ ଠିକ୍ ସମୟରେ ନୀତି ସଂପାଦନ ସହ ଭକ୍ତ କିଭଳି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଆସନ୍ତା ଗ୍ରୀଷ୍ମପ୍ରବାହ ଓ ଖରାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ନିମନ୍ତେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ହେବ । ବଡ଼ଦାଣ୍ଡରେ ପେଣ୍ଟିଂ ସହ ସେଡ୍ ବ୍ୟବସ୍ଥା ହେବ ।

ବୈଠକ ପରେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏନେଇ ସୂଚନା ଦେଇଥିଲେ । ତେବେ ଛତିଶା ନିଯୋଗ ବୈଠକ ପୂର୍ବରୁ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୁରୀ ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ, ନୀତି ସବକମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ବିଭିନ୍ନ ବ୍ୟାଙ୍କ୍‌କୁ ବିଡିଂ ମଗାଯାଇଥିଲା । ତଥା ସର୍ବାଧିକ ବିଡିଂ ଦେଇଥିବା ବ୍ୟାଙ୍କରେ ଭକ୍ତ ଦାନ ଦେଇଥିବା ଦାନ ଅର୍ଥ ଜମା ରହିଥିଲା । ତେବେ ସର୍ବାଧିକ ବିଡିଂ ଦେଇଥିବା ବ୍ୟାଙ୍କ ହେଲା କାନାରା ବ୍ୟାଙ୍କରେ ୭.୮୦% ସୁଧ ହାରରେ ୩୬ କୋଟି ୩ ଲକ୍ଷ ଓ ବ୍ୟାଙ୍କ ଅଫ୍ ବରୋଦାରେ ୭.୫୫% ସୁଧ ହାରରେ ୩ କୋଟି ୧୮ ଲକ୍ଷ ଜମା କରାଯାଇଛି । ସର୍ବୋମୋଟ ୩୯ କୋଟି ଟଙ୍କା ବ୍ୟାଙ୍କରେ ଜମା କରାଯାଇଛି । ବୈଠକରେ ଛତିଶାନିଯୋଗ ସଦସ୍ୟ ତଥା ପୂର୍ବତନ ପରିଚାଳନା କମିଟିର ସଦସ୍ୟ ରଜତ୍ ପ୍ରତିହାରୀଙ୍କ ମୃତ୍ୟକୁ ନେଇ ନିରବ ପ୍ରାର୍ଥନା ସହ ଶୋକ ପ୍ରକାଶ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking