19.1 C
Bhubaneswar
Friday, November 22, 2024
Homeଓଡିଶାସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ମାମଲା ଆବେଦନର ବିଚାର ପାଇଁ ଗ୍ରହଣ କଲେନି...

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ମାମଲା ଆବେଦନର ବିଚାର ପାଇଁ ଗ୍ରହଣ କଲେନି ହାଇକୋର୍ଟ

କଟକ: ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ଶଙ୍ଖ ଚିହ୍ନ ବ୍ୟବହାରକୁ ବିରୋଧ କରି ହାଇକୋର୍ଟରେ ରୁଜୁ ମାମଲା ବିଚାର ପାଇଁ ଗ୍ରହଣ ହୋଇନାହିଁ । ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଏ ସଂକ୍ରାନ୍ତୀୟ ମାମଲା ବିଚାରାଧିନ ଥିବାରୁ ଅଦାଲତ ଆବେଦନ ଗ୍ରହଣ ନକରି ମାମଲାର ଅନ୍ତ ଘଟାଇଛନ୍ତି । ଅପରପକ୍ଷରେ ଇସିଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଲେ ଆବେଦନକାରୀ ହାଇକୋର୍ଟରେ ପୁଣି ଆବେଦନ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ବହୁ ଭାବେ ବିଜ୍ଞାପନ ଦେବା ଓ ବିଜ୍ଞାପନଗୁଡ଼ିକରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ବ୍ୟବହାର ବନ୍ଦ କରିବାକୁ ଆବେଦନକାରୀ ପ୍ରଥମେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଛନ୍ତି ।

ସରକାରଙ୍କ ଏଭଳି କାର୍ଯ୍ୟ ନିର୍ବାଚନ ଆଇନର ଉଲ୍ଲଂଘନ କରୁଛି । ପୁଣି ବିଜ୍ଞାପନଗୁଡ଼ିକରେ ଶଙ୍ଖ ଚିହ୍ନର ବ୍ୟବହାର ନିର୍ବାଚନ ଚିହ୍ନ ନିୟମାବଳୀ ୧୯୬୮ର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ବିଜେପି ନେତା ଯତୀନ ମହାନ୍ତ ପକ୍ଷରୁ ଇସିଙ୍କ ନିକଟରେ ଅଭିଯୋଗ କରିଥିଲେ । ଇସି ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେ ପ୍ରଥମେ ସୁପ୍ରିମକୋର୍ଟ ଯାଇଥିଲେ । ପରେ ଦିଲ୍ଲୀ ହାଇକୋର୍ଟ ଓ ଶେଷରେ ଓଡ଼ିଶା ହାଇକୋର୍ଟଙ୍କ ଆବେଦନକାରୀ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ମାମଲାର ଶୁଣାଣି ହେବା ପୂର୍ବରୁ ନିର୍ବାଚନ କମିଶନ ଯତୀନଙ୍କ ଅଭିଯୋଗ ଆଧାରରେ ଉଭୟ ରାଜ୍ୟ ସରକାର ଓ ବିଜେଡିକୁ ଜବାବ ଦେବାକୁ ନୋଟିସ୍ କରିଥିଲେ । କମିଶନ ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିବାରୁ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ସହ ମାମଲାର ଅନ୍ତ ଘଟାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking