30.1 C
Bhubaneswar
Saturday, September 21, 2024
Homeଅପରାଧହରିଣ ଛୁଆ ଚାଲାଣ ; ୩ ଗିରଫ

ହରିଣ ଛୁଆ ଚାଲାଣ ; ୩ ଗିରଫ

ଗଜପତି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଲାବଣ୍ୟ ଗଡ଼ଠାରେ ବିଳମ୍ବିତ ରାତିରେ ହରିଣ ଛୁଆ ସହ, ହରିଣ ମାଂସ ଜବତ କରିବା ସହ ବନ ବିଭାଗ ଓ ପୋଲିସ ପକ୍ଷରୁ ତିନି ଜଣଙ୍କୁ ଗିରଫ କରାଯାଇଛି । ତିନି ଅଭିଯୁକ୍ତଙ୍କ ପରିଚୟ ମିଳିଥିବା ସୂଚନା ମିଳିଛି । ପୋଲିସର ସୂଚନା ଅନୁସାରେ, ତିନି ଜଣ ଦୁଇଟି ବାଇକରେ ଗୋଟେ ହରିଣ ଛୁଆ ସହ ହରିଣ ମାଂସ ନେଇ ଗାଇବା ଯାଉଥିବା ବେଳେ ବନ ବିଭାଗ ଓ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କ ଉପରେ ଚଢାଉ କରି ଆନ୍ଧ୍ର ଓଡ଼ିଶା ସୀମା ସ୍ଥିତ ଲାବଣ୍ୟ ଗଡ ଚେକିଙ୍ଗ ଗେଟ୍ ଠାରେ ଏହି ତିନି ଜଣଙ୍କୁ ଗିରଫ କରିଥିଲା । ପୋଲିସ ଓ ବନବିଭାଗ ଏହି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking