29.1 C
Bhubaneswar
Saturday, September 21, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

କଟକ : କଟକ ବାଙ୍କୀ ରାସ୍ତା କୁଶପଙ୍ଗି ବଡ ଶଙ୍ଖ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କଂକ୍ରିଟ ମେସିନ ସହିତ ଗୋଟିଏ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ସୂଚନା ଅନୁସାରେ ଗୋଟିଏ କଂକ୍ରିଟ ମେସିନ ବାଙ୍କୀ ପଟୁ ଆସୁଥିବା ବେଳେ ଜାତମୁଣ୍ଡିଆ ପଟୁ ଦୁଇଜଣ ବାଇକରେ ଆସୁଥିଲେ । ଏହି ସମୟରେ କଂକ୍ରିଟମେସିନ ସହିତ ବାଇକ ମୁହାଁମୁହାଁ ଧକ୍କା ହେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ ଦୁଇଜଣଙ୍କ ପରିଚୟ ମିଳିନଥିବା ବେଳେ ଖବରପାଇ ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking