29.1 C
Bhubaneswar
Saturday, September 21, 2024
Homeଅପରାଧଏକ ସାଙ୍ଗରେ ୪ଟି ଘରେ କଳା କନା ବୁଲାଇଲେ ଦୁର୍ବୁତ୍ତ

ଏକ ସାଙ୍ଗରେ ୪ଟି ଘରେ କଳା କନା ବୁଲାଇଲେ ଦୁର୍ବୁତ୍ତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ହାଣଦା ଗାଁର ୪ଟି ଘରେ କଳା କନା ବୁଲାଇଲେ ଦୁର୍ବୁତ୍ତ। ଏପରିକି ସମସ୍ତେ ଘରେ ଶୋଇଥିବା ଅବସ୍ଥାରେ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ଆଦି ଚୋରି କରି ନେଇଛନ୍ତି ଚୋରମାନେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଅଞ୍ଚଳରେ ରାତିରେ ପୋଲିସର ପେଟ୍ରୋଲିଂ ହେଉ ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଅଞ୍ଚଳବାସୀମାନେ ଅଭିଯୋଗ କରିଛନ୍ତି । ରାତିରେ ଘର ପଛ ପଟୁ କବାଟ ଓ ଝରକା ଗ୍ରୀଲ ତାଡି ଚୋରମାନେ ପଶି ଚୋରି କରିଥିବା ଅନୁମାନ କରାଯାଉଛି। ଏପରିକି ସମସ୍ତେ ଘରେ ଶୋଇଥିବା ଅବସ୍ଥାରେ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ। ଖବର ପାଇ ବାଙ୍ଗିରିପଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରିକି ସିସିଟିଭି ମଧ୍ୟ ଯାଞ୍ଚ କରୁଛି ବାଙ୍ଗିରିପଷି ଥାନା ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking