31.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶନିନ୍ଦା ମେସେଜ ପଡିଲା ମହଙ୍ଗା.. ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ

ନିନ୍ଦା ମେସେଜ ପଡିଲା ମହଙ୍ଗା.. ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ

ଇସ୍‌ଲାମ୍‌ବାଦ୍‌: ହ୍ୱାଟସଆପରେ ମୁସଲିମ ସଂପ୍ରଦାୟ ବିରୋଧରେ ନିନ୍ଦା ମେସେଜ କରିବା ପଡିଲା ମହଙ୍ଗା । ଆପତ୍ତିଜନକ ଫଟୋ ଓ ଭିଡିଓ ପଠାଇବା ଅଭିଯୋଗରେ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ । ମୁସଲିମ ସଂପ୍ରଦାୟର ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଥିବା ଭଳି ଆପତ୍ତିଜନକ ଫଟୋ ଏବଂ ଭିଡିଓ ସେୟାର କରିଥିବା ଅଭିଯୋଗରେ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ପଞ୍ଜାବ ପ୍ରାଦେଶିକ କୋର୍ଟ । ଏଥିସହ ଜଣେ ୧୭ବର୍ଷୀୟ ନାବାଳକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପାକିସ୍ତାନର ପଞ୍ଜାବ ପ୍ରାଦେଶିକ କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡ ଶୁଣାଇଛନ୍ତି । ଅଭିଯୁକ୍ତ ଦ୍ୱୟ ପୈଗମ୍ୱର ମହମ୍ମଦ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅପମାନଜନକ ଶବ୍ଦର ପ୍ରୟୋଗ କରିବା ସହ ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ । ଏହାକୁ ସେୟାର କରିଥିବା ଅଭିଯୋଗରେ ନାବାଳକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ତେବେ ଉଭୟ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଓ ସେମାନଙ୍କ ବିରୋଧରେ ମିଥ୍ୟା ମାମଲା କରାଯାଇଥିବା କହିଛନ୍ତି । ୨୦୨୨ ମସିହାରେ ଲାହୋରରେ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ)ର ସାଇବର କ୍ରାଇମ ୟୁନିଟ୍ ଏମାନଙ୍କ ବିରୋଧରେ ମାମଲା ଦାୟର କରିଥିଲା । ଟିମକୁ ୩ଟି ଭିନ୍ନ ଭିନ୍ନ ଫୋନରୁ ଆପତ୍ତିଜନକ ବିଷୟବସ୍ତୁ ସହିତ ଭିଡିଓ ଏବଂ ଫଟୋ ମିଳିଥିଲା । ଅନୁସନ୍ଧାନକାରୀ ସଂସ୍ଥା ସେମାନଙ୍କର ଫୋନ୍ ଯାଞ୍ଚ କରିବା ପରେ ଏହି ଫଟୋ ଓ ଭିଡିଓ ସେୟାର କରାଯାଇଥିବା ଜାଣିବାକୁ ପାଇଥିଲା ।ମୃତ୍ୟୁଦଣ୍ଡାଦେଶ ପାଇଥିବା ଛାତ୍ରଙ୍କ ବାପାଙ୍କ ସୂଚନା ଅନୁଯାୟୀ, ସେ ଏହି ରାୟକୁ ଚାଲେଞ୍ଜ କରି ଲାହୋର ହାଇକୋର୍ଟରେ ଆବେଦନ କରିବେ । ତେବେ ପାକିସ୍ତାନରେ ଧାର୍ମିକ ଭାବନାକୁ କୁଠାରଘାତ କରି ଫଟୋ କିମ୍ୱା ଭିଡିଓ ପ୍ରସ୍ତୁତ କଲେ ମୃତ୍ୟୁଦଣ୍ଡ ମିଳିବାର ନିୟମ ରହିଛି । ଏହି ବିରୁଦ୍ଧରେ ଆଇନ ପ୍ରଥମେ ଭାରତର ବ୍ରିଟିଶ ଶାସକମାନଙ୍କ ଦ୍ୱାରା କୋଡ୍ କରାଯାଇଥିଲା ଏବଂ ୧୯୮୦ ଦଶକରେ ପାକିସ୍ତାନର ସାମରିକ ସରକାର ଅଧୀନରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking