ରାୟପୁର: ସ୍କୁଲ ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଆଁରେ ଜଳିଗଲେ ବାଳିକା । ଆୱାପାଲୀ ପୋଲିସ ଷ୍ଟେସନ ପରିସରର ଚିଣ୍ଟାକଣ୍ଟ ବାଳିକା ଆବାସିକ ବିଦ୍ୟାଳୟରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ଜଣେ ୪ ବର୍ଷର ବାଳିକାଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରୀଙ୍କ ନାମ ଲିପାକ୍ଷୀ ବୋଲି ଜଣାପଡିଛି । ତେବେ ପ୍ରଶାସନର ଉପସ୍ଥିତି ବୁଦ୍ଧି ଯୋଗୁଁ ୩୦୦ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ, ବିଦ୍ୟାଳୟ ହଷ୍ଟେଲକୁ ବଡ଼ ଭଉଣୀ ସହିତ ସାକ୍ଷାତ କରିବାକୁ ଆସିଥିଲେ ୪ ବର୍ଷୀୟ ବାଳିକା । ତେବେ କୌଣସି କାରଣବଶତଃ ହଠାତ ନିଆଁ ଲାଗିଯାଇଥିଲା । ସେହି ସମୟରେ କ୍ୟାବିନରେ ୩୦୦ ଜଣ ରହିଥିଲେ । ବିଳମ୍ବିର ରାତିରେ ନିଆଁ ଲାଗିଯିବା କାରଣରୁ ସଙ୍ଗସଙ୍ଗେ କ୍ୟାବିନ କର୍ମଚାରୀ ଏବଂ ଗ୍ରାମବାସୀଙ୍କ ସହାୟକତାରେ ଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଅସ୍ଥାୟୀ କ୍ୟାବିନରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ କିଭଳି ରଖାଯାଇଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ହଠାତ ନିଆଁ ଲାଗିଯିବା କାରଣରୁ ପୋଲିସ ପ୍ରଶାସନ ନିକଟରେ ଆତଙ୍କ ଖେଳିଯାଇଥିଲା । ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ, କଲେକ୍ଟର ଏବଂ ଶିକ୍ଷା ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଟା ହେଉଛି ଆବାସିକ ବିଦ୍ୟାଳୟର ଏକ କ୍ୟାବିନ । କହିବାକୁ ଗଲେ ଏହା ଏକ ପ୍ରକାର ଅସ୍ଥାୟୀ ବ୍ୟବସ୍ଥା ଅଟେ । ତତ୍କାଳୀନ ଛତିଶଗଡ଼ ସରକାର ଏହାକୁ ୨୦୧୧ ମସିହାରେ ଆରମ୍ଭ କରିଥିଲେ । ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ବସ୍ତରରେ ପୋଟା କ୍ୟାବିନ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଇଛି । ବସ୍ତରର ଆଭ୍ୟନ୍ତରୀଣ ଅଞ୍ଚଳରେ ନକ୍ସଲମାନେ ଅନେକ ବିଦ୍ୟାଳୟକୁ ଭାଙ୍ଗି ଦେଇଥିଲେ ଏବଂ ଜାଳିଦେଇଥିଲା । ତେବେ ଅନେକ ବିଦ୍ୟାଳୟର ପୁନ୍ଃନିର୍ମାଣ କରାଯାଇନଥିଲା । ଏଠାରେ ନକ୍ସଲ ଅଞ୍ଚଳର ପିଲାମାନଙ୍କୁ ଆବାସିକ ବିଦ୍ୟାଳୟର ସୁବିଧା ଯୋଗାଇ ଦିଆଯାଉଛି । ତେବେ ନିଆଁ ଲାଗିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।