ରାଞ୍ଚି: ହଜାରିବାଗରେ ଚଞ୍ଚଲ୍ୟ । ସୀମାଟପିଲା ବର୍ବରତା । ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ମହିଳାଙ୍କୁ ଯିଅନ୍ତା ଜାଳି ଦେଲେ ଦୁର୍ବୃତ୍ତ । ମହିଳାଙ୍କ ଶରୀର ଅଧାରୁ ଅଧିକ ପୋଡିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଏନେଇ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ଗତ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ମୋର ଝିଅ ଘରେ ଏକୁଟିଆ ଥିଲା । ଏହି ସମୟରେ ୩ରୁ ଚାରି ଜଣ ଯୁବକ ଘଧରେ ପ୍ରବେଶ କରି ତାସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ମୋ ଝିଅ ଅହାକୁ ବିରୋଧ କରିବାରୁ ଯୁବକମାନେ ତାକୁ ଏକ ଖଟରେ ବାନ୍ଧି ଦେଇ ତାର ଶରୀରରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ । ଏବଂ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।
ମହିଳାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ, ୩ ବର୍ଷ ପୂର୍ବେ ମହିଳାଙ୍କ ବିବାହ ହୋଇଥିଲା । ପରିବାରରେ ମଧ୍ୟ କୌଣସି ସମସ୍ୟା ନଥିଲା । ବେସ୍ ହସ ଖୁସିରେ ଚାଲିଥିଲା ସଂସାର । କିନ୍ତୁ ଜ୍ୱାଇଁର ଭଉଣୀର ପୁଅ ଏବଂ ଗ୍ରାମର ପଡୋଶୀ ମହିଳାଙ୍କ ଖୁସିକୁ ହଜମ କରିପାରୁନଥିଲେ । ସେଥି ପାଇଁ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଉଥିଲା । ମହିଳାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ଯେ, ମହିଳାଙ୍କ ଶରୀର ୬୦ରୁ ୬୫ ପ୍ରତିଶତ ପୋଡିଯାଇଛି । ବର୍ତ୍ତମାନ ଅବସ୍ଥା ଗୁରୁତର ରହିଛି । ପୀଡିତା ଜଣଙ୍କୁ ହଜାରିବାଗର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବର୍ଣ୍ଣ ୱାର୍ଡକୁ ସ୍ଥାନାନ୍ତରଣ କରାଯାଇଛି । ବର୍ତ୍ତମାନ ପୀଡିତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ତେବେ ଏହି ଘଟଣାରେ ଥାନାରେ ଅଭିଯୋଗ ହୋଇଛି ନାହିଁ ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ । କେଉଁମାନେ ଏପରି କାଣ୍ଡ ଘଟଣାଇଲେ ସେନେଇ ମଧ୍ୟ ସ୍ପଷ୍ଟ ସୂଚୱନା ମିଳିପାରି ନାହିଁ ।