17.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଆମେରିକାରେ ବ୍ୟାନ୍‌ ହେବାକୁ ଯାଉଛି ଚୀନର ଆପ୍‌ ‘ଟିକ୍‌ଟକ୍‌’

ଆମେରିକାରେ ବ୍ୟାନ୍‌ ହେବାକୁ ଯାଉଛି ଚୀନର ଆପ୍‌ ‘ଟିକ୍‌ଟକ୍‌’

ନୂଆଦିଲ୍ଲୀ: ପୂର୍ବରୁ ଟିକ୍‌ ଟକ୍‌ ଭାରତରେ ବ୍ୟାନ୍‌ ହୋଇସାରିଛି। ଏବେ ଆମେରିକାରେ ବି ଏହି ଆପ୍‌ ବ୍ୟାନ୍‌ ହେବାକୁ ଯାଉଛି। ଚୀନର ଏହି ସୋସିଆଲ୍‌ ମିଡିଆ ଆପ୍‌କୁ ବ୍ୟାନ୍‌ କରିବାରେ ଆମେରିକା ହେଉଛି ଦ୍ବିତୀୟ ବଡ଼ ଦେଶ। ଆମେରିକାରେ ଚାଇନିଜ୍ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଭିନ୍ନ ମହଲରୁ ଦାବି ଉଠୁଥିବାର ଖବର ହସ୍ତଗତ ହୋଇଛି। ଏହି ପରିପ୍ରେକ୍ଷୀରେ ଗୃହରେ ଏକ ବିଲ୍ ମଧ୍ୟ ଉପସ୍ଥାପିତ ହୋଇଥିଲା ଯେଉଁଥିରେ କମ୍ପାନୀର ଚାଇନାର କମ୍ୟୁନିଷ୍ଟ ପାର୍ଟି ସହ ଲିଙ୍କ ଥିବା ଅଭିଯୋଗ ହୋଇଛି । ଚୀନ ସହି ବିଭିନ୍ନ ପ୍ରସଂଗରେ ମତଭେଦ ହେବା ପରେ ୨୦୨୦ ମସିହାରେ ଭାରତରେ ଚୀନର ଏହି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଆମେରିକାରେ ମଧ୍ୟ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି । ମଙ୍ଗଳବାର ଆମେରିକା ସଂସଦରେ ସାଂସଦମାନଙ୍କ ଦ୍ୱାରା ଉପସ୍ଥାପିତ ଏକ ବିଲ୍ ଚୀନ କମ୍ପାନୀର ଆପ୍ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରସ୍ତାବ ଶୁଣିବାକୁ ମିଳିଛି।ଉପସ୍ଥାପିତ ବିଲରେ ଟିକ୍-ଟକ୍ ବାବଦରେ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି। ଆମେରିକାର ଶତ୍ରୁ ଦେଶ ଦ୍ୱାରା ନିୟନ୍ତ୍ରିତ ପ୍ଲାଟଫର୍ମକୁ ନିଷେଧ କରିବା ପାଇଁ ଏହି ବିଲ୍ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିଥାଏ । ୱାଶିଂଟନ୍ ଦ୍ଵାରା ଶତ୍ରୁ ଦେଶ ଭାବରେ ନାମିତ ଦେଶଗୁଡିକ ମଧ୍ୟରେ ଚୀନ୍, ରୁଷ, ଇରାନ, ଉତ୍ତର କୋରିଆ ଏବଂ ଭେନେଜୁଏଲା ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking