26.1 C
Bhubaneswar
Tuesday, October 22, 2024
Homeଓଡିଶାଓଡ଼ିଶାରେ ହେବ କି ବିଜେଡି ଓ ବିଜେପି ମେଣ୍ଟ

ଓଡ଼ିଶାରେ ହେବ କି ବିଜେଡି ଓ ବିଜେପି ମେଣ୍ଟ

ଭୁବନେଶ୍ବର : ରାଜ୍ୟରେ ହେବ କି ବିଜେଡି ଓ ବିଜେପି ମେଣ୍ଟ । ଏକାଠି ଲଢ଼ିବେ କି ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ବନ୍ଦୀ । ଓଡ଼ିଶାରେ ଗତ କିଛି ଦିନ ଧରି ଏଭଳି ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପି ଓ ବିଜେଡିର ବୈଠକକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ମେଣ୍ଟ ଚର୍ଚ୍ଚା ।ଏହାରି ଭିତରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ନବୀନ ନିବାସରେ ଆଜି ଅପରାହ୍ନ ୩.୩୦ ଆୟୋଜିତ ହେବ ବୈଠକ । ବୈଠକରେ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ । ତେବେ ବିଜେଡି-ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ । ଏନଡିଏ ଭିତରକୁ ଫେରିପାରେ ବିଜେଡି । ମେଣ୍ଟ ନେଇ ଆସନ୍ତାକାଲି ହୋଇପାରେ ଚୂଡାନ୍ତ ଘୋଷଣା । ଏପରି ଚର୍ଚ୍ଚାକୁ ବଳ ଯୋଗାଇଛି ଉଭୟ ଦଳ ପକ୍ଷରୁ ଆଜି ଡକାଯାଇଥିବା ବୈଠକ । ବିଜେପିର ବୈଠକ ଦିଲ୍ଲୀରେ ବସୁଥିବା ବେଳେ ତାହା ପୂର୍ବରୁ ବସିବ ବିଜେଡି ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଡାକିଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ନବୀନ ନିବାସରେ ଆଜି(ବୁଧବାର) ଅପରାହ୍ନ ୩. ୩୦ ବସିବାକୁ ଯାଉଛି ଏହି ବୈଠକ । ବୈଠକରେ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ । ନବୀନ ନିବାସରୁ ଏନେଇ ନେତାମାନଙ୍କୁ ଡକରା ଆସିଛି । ମିଳିଥିବା ସୂଚନା ଅନୁସାରେ  ବିଜେଡିର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ମୁଖ୍ୟାଳୟ ସଞ୍ଜୟ ଦାସବର୍ମା, ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ, ବରିଷ୍ଠ ଉପସଭାପତି ଦେବୀ ମିଶ୍ର, ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାୟ, ପ୍ରସନ୍ନ ଆଚାର୍ୟ୍ୟ,  ରଣେନ୍ଦ୍ର ପ୍ରତାପ ସ୍ବାଇଁ,  ଦେବୀ ମିଶ୍ର, ଉଷା ଦେବୀ, ସମୀର ଦାଶ, ସୁଶାନ୍ତ ସିଂ, ସାରଦା ନାୟକ, ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀଅରୁଣ ସାହୁ ପ୍ରମୁଖଙ୍କୁ ନବୀନ ନିବାସକୁ ଡାକରା ହୋଇଛି । ସେପଟେ ବିଜେପିର ଜାତୀୟ ନେତୃତ୍ୱଙ୍କ ଡାକରାରେ ଦିଲ୍ଲୀ ଯାଉଛନ୍ତି ରାଜ୍ୟ ବିଜେପିର କୋର ଟିମ । ଦିଲ୍ଲୀରେ ଅପରାହ୍ନ ୫.୩୦ ବିଜେପିର ବୈଠକ ଅନୁଷ୍ଠିତ ହେବ । ତେବେ ଦୁଇ ଦଳର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ କେଉଁ ନିଷ୍କର୍ଷ ନିଷ୍ପତ୍ତି ନେବେ । କ’ଣ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବ । ଏହାକୁ ନେଇ ଏବେ ରାଜନୈତିକ ମାହୋଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking