25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଏନଡିଏକୁ ମିଳିପାରେ ବିପୁଳ ବିଜୟ

ଏନଡିଏକୁ ମିଳିପାରେ ବିପୁଳ ବିଜୟ

ନୂଆଦିଲ୍ଲୀ : ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଆଉ କିଛିଟା ଦିନ ପରେ ଘୋଷଣା ହେବ ନିର୍ବାଚନ ତାରିଖ। ତେବେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ବିପୁଳ ବିଜୟ ମିଳିପାରେ । ଏନେଇ ଏକ ସର୍ଭେରେ ଚମକାଇଦେଲା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ଏନଡିଏକୁ ମୋଟ ୩୭୮ଟି ଆସନ ମିଳିବାର ସମ୍ଭାବନା ରହିଛି । ତା ମଧ୍ୟରୁ କେବଳ ବିଜେପିକୁ ୩୩୫ଟି ଆସନ ମିଳିପାରେ । ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟକୁ ୯୮ଟି ଆସନ ମିଳିବାର ସମ୍ଭାବନା ଅଛି ଜଣାପଡିଛି। ଏହା ମଧ୍ୟରୁ କଂଗ୍ରେସକୁ ୩୭ଟି ଆସନ ମିଳିବାର ଓ ଅନ୍ୟ ଦଳଙ୍କୁ ୬୭ଟି ଆସନ ମିଳିପାରେ । ଏକଥା ଇଣ୍ଡିଆ ଟିଭି-ସିଏନଏକ୍ସ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି। । ସେହିପରି ଓଡ଼ିଶାର ୨୧ଟି ଆସନର ମଧ୍ୟ ଜନମତ ପ୍ରକାଶ ପାଇଛି। ଇଣ୍ଡିଆ ଟିଭି-ସିଏନଏକ୍ସର ଓପିନିୟନ ପୋଲ ଅନୁଯାୟୀ, ଓଡ଼ିଶାର ୨୧ଟି ଆସନରୁ ବିଜେଡି ୧୧ଟି ଓ ବିଜେପି ୧୦ଟି ଆସନରେ ବିଜୟୀ ହୋଇପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking