ଉତ୍ତରପ୍ରଦେଶ: ପୁଲିସ ପରୀକ୍ଷାରେ ହୋଇଥିବା ପେପର ଲିକ୍ ମାମଲାରେ କଡା ପଦକ୍ଷେପ ନିଆଯାଇଛି । ୟୁପି ସରକାରଙ୍କ ପକ୍ଷରୁ ବୋର୍ଡ ଅଧ୍ୟକ୍ଷା ରେଣୁକା ମିଶ୍ରାଙ୍କୁ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ରାଜୀବ କୃଷ୍ଣାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।
ଉତ୍ତରପ୍ରଦେଶରେ ୬୦ହଜାରରୁ ଅଧିକ କନଷ୍ଟେବଳ ପଦ ନିମନ୍ତେ ୪୮ ଲକ୍ଷ ଆଶାୟୀ ଆବେଦନ କରିଥିଲେ । ମାତ୍ର ପ୍ରଶ୍ନପତ୍ର ଲିକ୍ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହି ମାମଲାରେ ପୂର୍ବରୁ ବହୁ ଲୋକଙ୍କଚ ଗିରଫ କରାଯାଇଛି । ସୂଚନାଯୋଗ୍ୟ ୧୭ ଏବଂ ୧୮ରେ ଉତ୍ତରପ୍ରଦେଶ କନଷ୍ଟେବଳ ପଦବୀ ପାଇଁ ପରୀକ୍ଷା ହୋଇଥିଲା ।