18.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶଦେଶର ୧୭ ସ୍ଥାନରେ ଏନ୍ଆଇଏର ଚଢ଼ାଉ

ଦେଶର ୧୭ ସ୍ଥାନରେ ଏନ୍ଆଇଏର ଚଢ଼ାଉ

Hବେଙ୍ଗାଲୁରୁ : ଜାତୀୟ ତଦନ୍ତକାରୀ ସଂସ୍ଥା ଆଜି ଦେଶର ୧୭ଟି ସ୍ଥାନରେ ଚଢାଉ କରିଛି। ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କ ଦ୍ୱାରା କଏଦୀମାନଙ୍କୁ କଟ୍ଟରପନ୍ଥୀ ପାଇଁ ଉସକାଇବା ମାମଲାରେ ଏନଆଇଏ ଏହି ତଦନ୍ତ କରୁଥିବା ଜଣାପଡିଛି। ସୂଚନା ଅନୁସାରେ, ଆଜି ସକାଳୁ ବେଙ୍ଗାଲୁରୁ ଏବଂ ତାମିଲନାଡୁ ସମେତ ୭ଟି ରାଜ୍ୟରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା। ଏନଆଇଏ ମୁଖପାତ୍ର କହିଛନ୍ତି ଯେ, ମଙ୍ଗଳବାର ସାତଟି ରାଜ୍ୟର ୧୭ଟି ସ୍ଥାନରେ ଚଢାଉ କରାଯାଉଛି। ଏନଆଇଏ ଟିମ୍ ବେଙ୍ଗାଲୁରୁର ଆରଟି ନଗରରେ ଟି- ନଜିରଙ୍କ ଘରେ ଚଢ଼ାଉ କରିଥିଲା । ଟି ନଜିର ଆଇଏସଆଇଏସ ସହ ଜଡିତ ଥିବା ସନ୍ଦେହ କରାଯାଉଛି । କୁହାଯାଉଛି ବିସ୍ଫୋରଣ ପାଇଁ ସେ ଆତଙ୍କବାଦୀଙ୍କୁ ଉସକାଇଥିଲେ । ଏହା ପୂର୍ବରୁ ଆରଟି ନଗର ଏବଂ ସୁଲତନପାଲିୟାରେ ଗ୍ରେନେଡ କିଣାବିକା ମାମଲାରେ ରେଡ ହୋଇଥିଲା । ଜୁନେଦ ନାମକ ବ୍ୟକ୍ତି ରାମେଶ୍ବରମ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ତାମିଲନାଡ଼ୁର ଚେନ୍ନାଇର ରାମନାଥପୁରମରେ ଶ୍ୟାମସୁଦ୍ଦିନଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି । ଚେନ୍ନାଇର ସିଦ୍ଧପର୍ପେଟ୍ ଏବଂ ବିଡୟାରରୁ ୫ଜଣ ଲୋକଙ୍କୁ ଅଟକ ରଖିଛି । ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ୭ଟି ରାଜ୍ୟରେ ଏନଆଏର ଚଢ଼ାଉ ବେଙ୍ଗାଲୁରୁ ଜେଲରେ ରହୁଥିବା ଲସ୍କର- ଏ- ତୋଏବାର ସାଥୀଙ୍କ ସହ ଜଡ଼ିତ । ଜାନୁଆରୀ ୮ରେ ଏନଆଇଏ ୮ ଜଣଙ୍କ ବିରାଧରେ ଚାର୍ଜସିଟ୍ ଦାଖଲ କରିଥିଲେ । ଲସ୍କର ଏ ତାଇବା ଆତଙ୍କବାଦୀଙ୍କ ଦ୍ବାରା କଏଦୀମାନଙ୍କୁ କଟ୍ଟରପନ୍ଥୀ ପାଇଁ ଉସକାଇବା ମାମଲାରେ ଏନଆଇଏ ଏହି ତଦନ୍ତ କରୁଥିବା ଜଣାପଡ଼ୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking