27.1 C
Bhubaneswar
Saturday, October 19, 2024
Homeଓଡିଶାଓଡିଶାର ବିକାଶରେ ନୂଆ ଧାରା ଆରମ୍ଭ

ଓଡିଶାର ବିକାଶରେ ନୂଆ ଧାରା ଆରମ୍ଭ

ଚଣ୍ଡିଖୋଲ : ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟ । ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ଓଡିଶାରେ ଆଜି ବିକାଶର ନୂଆ ଧାରା ଆରମ୍ଭ ହୋଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ । ଓଡିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ ବୋଲି କହିଲେ । ସମଗ୍ର ଦେଶବାସୀଙ୍କ ପକ୍ଷରୁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରୁଛୁ ବୋଲି କହିଲେ । ଆଜିର ପ୍ରକଳ୍ପ ଯୋଗୁଁ ଓଡିଶାରେ ନୂଆ ରୋଜଗାର ମିଳିବ । ଦେଶରେ ଏବେ ଏମିତି ସରକାର ଅଛି ଯିଏ ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଚିନ୍ତା କରୁଛି । ସରକାର ପୂର୍ବ ଭାରତର ସାମର୍ଥ୍ୟ ବଢାଇ ଚାଲିଛନ୍ତି । ପୂର୍ବ ଯୋଜନାରେ ପ୍ରକଳ୍ପ ଠିକ୍ ସମୟରେ ସରୁନଥିଲା । କିନ୍ତୁ ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦେଇଥାନ୍ତି । ଆମ ସରକାର ପାରାଦୀପ ରିଫାଇନାରୀ କାମ ସାରିଥିଲା । ଓଡିଶାର ବିକାଶ ପାଇଁ ଆମେ ସଦାସର୍ବଦା ଗୁରୁତ୍ୱ ଦେଇଆସୁଛୁ । ଓଡିଶା ରେଳ ବଜେଟ୍ ପ୍ରାୟ ୧୨ ଗୁଣା ବଢାଇଛୁ ବୋଲି ପ୍ରଧାନମନ୍ତ୍ରୀ ଅଭିଭାଷଣରେ କହିଛନ୍ତି । ସେହିଭଳି ଗଞ୍ଜାମରେ ଲୁଣି ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳାନ୍ୟାସ ହୋଇଛି । ସେହି ଲୁଣି ଜଳକୁ ପାନୀୟ ଉପଯୋଗୀ  ଜଳରେ ପରିଣତ କରାଯିବ ବୋଲି କହିଛନ୍ତି । ଏହାଦ୍ୱାରା ଦୈନିକ ୫୦ ଲକ୍ଷ ଲିଟର ପାନୀୟ ଜଳ ମିଳି ପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking