28.1 C
Bhubaneswar
Thursday, September 19, 2024
Homeଓଡିଶାଟ୍ରକ୍ ଓ ତେଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କା

ଟ୍ରକ୍ ଓ ତେଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କା

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା । ଟ୍ରକ୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା । ସୂଚନା ଅନୁଯାୟୀ, ନବରଙ୍ଗପୁର ଉମରକୋଟରୁ ଏକ ତେଲ ଟ୍ୟାଙ୍କର ଆସୁଥିବା ସମୟରେ କଟକରୁ ଗୋଟେ ଟ୍ରକ ଛତିଶଗଡ ଅଭିମୁଖେ ଯାଉଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଦୁଇ ଜଣ ଗୁରୁତର ହେବାବେଳେ ଜଣେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ, ତୁରନ୍ତ ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଗୁରୁତର ଓ ଆହତଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଘଟଣାର ଯାଞ୍ଚ କରିଛି । ପୋଲିସ ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ମଧ୍ୟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking