34.1 C
Bhubaneswar
Friday, October 18, 2024
Homeଅପରାଧଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପୁଣି ପ୍ରବଳ ଗଣ୍ଡଗୋଳ ; ଅନେକ ଛାତ୍ର ଆହତ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପୁଣି ପ୍ରବଳ ଗଣ୍ଡଗୋଳ ; ଅନେକ ଛାତ୍ର ଆହତ

ନୂଆଦିଲ୍ଲୀ : ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅଖିଳ ଭାରତ ବିଦ୍ୟା ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହେବା ପରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସାଧାରଣ ବୈଠକ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ଗତକାଲି ରାତିରେ ସ୍କୁଲ ଅଫ୍ ଲାଙ୍ଗୁଏଜରେ ନିର୍ବାଚନ କମିଟି ସଦସ୍ୟ ଚୟନକୁ ନେଇ ଯୁକ୍ତିତର୍କ ମଧ୍ୟରେ ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ଛାତ୍ରମାନେ ପାଟିତୁଣ୍ଡ କରିବା ସହ ଭଙ୍ଗାରୁଜା କରିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନଥିବା ବେଳେ ଛାତ୍ର ଗୋଷ୍ଠୀ ପରସ୍ପରକୁ ଦାୟୀ କରିଛନ୍ତି। ସେପଟେ ଗଣ୍ଡଗୋଳକୁ ନେଇ କୌଣସି ଅଭିଯୋଗ ଆସିନଥିବା ପୁଲିସ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking