34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଆଉ ନାହାନ୍ତି ଲୋକପ୍ରିୟ ଅଭିନେତା କେ.ଶିବରାମ

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା କେ.ଶିବରାମ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଫିସର ତଥା ଲୋକପ୍ରିୟ କନ୍ନଡ଼ ଅଭିନେତା କେ.ଶିବରାମଙ୍କ ପରଲୋକ ଘଟିଛି । କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ସେ ଏଚସିଜି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକ ଓ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଶୋକର ଛାୟା ଖେଳିଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା।କେ.ଶିବରାମ କନ୍ନଡ଼ ଭାଷାରେ ୟୁପିଏସସି ପରୀକ୍ଷା ପାସ୍ କରିବାରେ ପ୍ରଥମ କନଡିଗା ଥିଲେ। ଆଇଏଏସ ହେବା ପରେ ବିଜୟପୁରା, ବେଙ୍ଗାଲୁରୁ, ମହୀସୁର, କୋପାଲା ଏବଂ ଦାବଣଗେରେରେ ପୋଷ୍ଟିଂ ହୋଇ ଦାୟିତ୍ବ ତୁଲାଇଥିଲେ। ଏହା ପରେ ସେ କନ୍ନଡ଼ ଫିଲ୍ମ ‘ବା ନଲ୍ଲେ ମଧୁଚନ୍ଦ୍ରାକେ’ ଜରିଆରେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଆସି ଲୋକପ୍ରିୟ ହୋଇଥିଲେ କେ.ଶିବରାମ।୨୦୧୩ରେ ସେ ଅଭିନୟରୁ ଅବସର ନେଇ ରାଜନୀତିକୁ ଆସିଥିଲେ। କଂଗ୍ରେସରେ ସାମିଲ ହୋଇ ୨୦୧୪ରେ ବିଜୟପୁରାରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ କେ.ଶିବରାମ। ହେଲେ ବିଜୟୀ ହୋଇପାରିନଥି‌ଲେ। ଏହା ପରେ ସେ ବିଜେପିରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking