26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶକୈମୁର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଭିନେତ୍ରୀ ଆଞ୍ଚଲ ତିୱାରୀ ଜୀବିତ , ଭିଡିଓ ଜରିଆରେ ସମସ୍ତ...

କୈମୁର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଭିନେତ୍ରୀ ଆଞ୍ଚଲ ତିୱାରୀ ଜୀବିତ , ଭିଡିଓ ଜରିଆରେ ସମସ୍ତ ସୂଚନା ଦେଲେ

ମୁମ୍ବାଇ: ବିହାରର କୈମୁରରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ୯ଜଣଙ୍କ ମଧ୍ୟରେ ଭୋଜପୁରୀ ସିନେମାର ଚାରିଜଣ କଳାକାର ମଧ୍ୟ ପ୍ରାଣ ହରାଇଥିବା ସାମ୍ନାକୁ ଆସିଥିଲା। ୪ଜଣଙ୍କ ମଧ୍ୟରେ ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିୱାରୀ ମଧ୍ୟ ଥିଲେ। ଏହି ଖବର ଚାରିଆଡେ ଭାଇରାଲ ହେବା ସହ ଆଞ୍ଚଲଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଏବେ ଆଞ୍ଚଲ ତିୱାରୀ ଭିଡିଓ ଜାରି କରି ବଞ୍ଚିଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ଆଞ୍ଚଲ ତିୱାରୀଙ୍କ ମୃତ୍ୟୁ ହେଇଛି ସେ ମୁଁ ନୁହେଁ। ସେ ଭୋଜପୁରୀ କଳାକାର। ହେଲେ ଗଣମାଧ୍ୟମରେ ମୋ ‌ଫଟୋ ଦିଆଯାଇଛି। ମୁଁ ଜୀବିତ ଅଛି। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ‘ମୋର ନାମ ଆଞ୍ଚଲ ତିୱାରୀ। ଆସନ୍ତାକାଲି ଆପଣ ନିଶ୍ଚିତ ଭାବରେ ‘ପଞ୍ଚାୟତ ୨’ର ଖ୍ୟାତନାମା ଅଭିନେତ୍ରୀ ଆଞ୍ଚଲ ତିୱାରୀଙ୍କ ଦେହାନ୍ତ ଖବର ଦେଖିଥିବେ। ସେହି ଆଞ୍ଚଲ ତିୱାରୀ ମୁଁ ନୁହେଁ। ସେ ଜଣେ ଭୋଜପୁରୀ ଅଭିନେତ୍ରୀ। ସେ ଆହୁରି କହିଛନ୍ତି, ‘ମୁଁ ସମସ୍ତ ନ୍ୟୁଜ୍ ଚ୍ୟାନେଲ୍କୁ କହିବାକୁ ଚାହେଁ ଯେ କିଛି ‌ପ୍ରସାରଣ କରିବା ପୂର୍ବରୁ ଅନୁସନ୍ଧାନ କରିବା ଉଚିତ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking