28.1 C
Bhubaneswar
Friday, September 20, 2024
Homeଓଡିଶାମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୋଗରାଇ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ ସ୍ମାରକୀ ଭାବେ ଲୋକାର୍ପଣ କରିଛନ୍ତି। ୨୦୨୧ ମସିହା ଏପ୍ରିଲ୍ ୨୭ ତାରିଖରେ ପଣ୍ଡିଚେରୀରେ ପଦ୍ମଭୂଷଣ କଥାକାର ମନୋଜ ଦାସଙ୍କ ଦେହାନ୍ତ ପରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଶଙ୍ଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ରାଜ୍ୟ ସରକାର ଐତିହ୍ୟ ସ୍ମାରକୀ ଭାବରେ ନିର୍ମାଣ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ।ପରିବାର ପକ୍ଷରୁ ପୁତ୍ରବଧୂ ଡା. ରଞ୍ଜିତା ଦାସ ୩.୫୫ ଏକର ଜମିଦାନ କରିଥିଲେ। ସେହିପରି ସରକାରଙ୍କ ସଂସ୍କୃତି ବିଭାଗ ଏନେଇ ୧୬ କୋଟି ଟଙ୍କା ମଞ୍ଜୁର କରିଥିଲେ। ଇଣ୍ଟାକ୍‌ ଓ ପୂର୍ତ୍ତ ବିଭାଗ ମିଳିତ ଭାବରେ ତାଙ୍କର ପୈତୃକ ବାସଭବନକୁ ରୂପାନ୍ତର କରିବାର କାର୍ଯ୍ୟଭାର ଗ୍ରହଣ କରି ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ଏହି ସ୍ମାରକୀସ୍ଥଳରେ ବଡ଼ଭାଇ ଐତିହାସିକ ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଲିଖିତ ପୁସ୍ତକକୁ ସାଇତି ରଖାଯାଇଥିବା ବେଳେ ମନୋଜ ଦାସଙ୍କ ବିଭିନ୍ନ କାହାଣୀକୁ ନେଇ କାନ୍ଥରେ ସୁନ୍ଦର ଫଟୋଚିତ୍ର ଲଗାଯାଇଛି। ଏହାଛଡ଼ା ଦୁଇ ବରପୁତ୍ରଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସହିତ ସୁନ୍ଦର ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ପୈତୃକ ବାସଭବନ, କୁଳଦେବତାଙ୍କ ମନ୍ଦିର ଓ ପୁରୁଣା ପୋଖରୀର ପୁନରୁଦ୍ଧାର କରାଯିବା ସହିତ ମୁକ୍ତାକାଶ ରଙ୍ଗମଞ୍ଚ, ଦୁଇ ମହଲା ଧ୍ୟାନଘର, ଦର୍ଶକ ଗ୍ୟାଲେରି, ସୁନ୍ଦର ଘାସ ଗାଲିଚା ସହିତ ଫୁଲବଗିଚା ନିର୍ମାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking