28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶ୧୭,୩୦୦ କୋଟି ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି ପ୍ରଧାନମନ୍ତ୍ରୀ

୧୭,୩୦୦ କୋଟି ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି ପ୍ରଧାନମନ୍ତ୍ରୀ

ଚେନ୍ନାଇ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭,୩୦୦ କୋଟି ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ମହାରାଷ୍ଟ୍ର ଗସ୍ତ ପୂର୍ବରୁ ତାମିଲନାଡୁର ଥୋଥୁକୁଡିଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସଭାରେ ଅଭିଭାଷଣ ରଖିଛନ୍ତି । କେବଳ ସେତିକି ନୁହେଁ ‌ସେ ୧୦ ରାଜ୍ୟର ୭୫ଟି ଲାଇଟ୍‌ ହାଉସ୍‌ରେ ପର୍ଯ୍ୟଟନ ସୁବିଧା ମଧ୍ୟ ଉତ୍ସର୍ଗ କରିଛନ୍ତି। ଭି.ଓ. ଚିଦାମ୍ବରନାର ବନ୍ଦରକୁ ଦେଶର ପ୍ରଥମ ସବୁଜ ହାଇଡ୍ରୋଜେନ କେନ୍ଦ୍ର ବନ୍ଦରରେ ପରିଣତ କରିବାକୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯିବ । ଏହାଛଡ଼ା ଥୁଥୁକୁଡ଼ି ଠାରେ ପ୍ରାୟ ୧୭ ହଜାର ୩୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦୀ।ଏହା ପରେ ଅପରାହ୍ନରେ ମହାରାଷ୍ଟ୍ର ଗସ୍ତରେ ଯାଇ ପିଏମ କିଷାନ ଏବଂ ଅନ୍ୟ ଯୋଜନାରେ ଲାଭାର୍ଥୀଙ୍କୁ ଟଙ୍କା ପ୍ରଦାନ କରିବେ । ୯ କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ୧୬ତମ କିସ୍ତିରେ ଆସିବ ୨୧ ହଜାର କୋଟିରୁ ଅଧିକ ଟଙ୍କା । ଏହାପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ୪ ହଜାର ୯୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ରାଜ୍ୟରେ ୧ କୋଟି ଆୟୁଷ୍ମାନ କାର୍ଡ ବଣ୍ଟନ ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking