31.1 C
Bhubaneswar
Friday, October 18, 2024
Homeଓଡିଶାଶଙ୍ଖଭବନରେ ବିଜେଡିର ଦୁଇ ବରିଷ୍ଠ ନେତା ସଞ୍ଜୟ ଓ ଉମା

ଶଙ୍ଖଭବନରେ ବିଜେଡିର ଦୁଇ ବରିଷ୍ଠ ନେତା ସଞ୍ଜୟ ଓ ଉମା

ଭୁବନେଶ୍ୱର: କଳି ତେଜିବା ପରେ ବିଜେଡିର ଦୁଇ ବରିଷ୍ଠ ନେତାଙ୍କୁ ଶଙ୍ଖଭବନକୁ ଡକରା ହୋଇଛି । ସେମାନେ ହେଲେ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟ । ଉଭୟ ଆଜି ଶଙ୍ଖଭବନରେ ପହଞ୍ଚିଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ମଧ୍ୟ ଶଙ୍ଖଭବନ ପହଞ୍ଚିଛନ୍ତି ।ପ୍ରକାଶ ଯେ ଆଗକୁ ସାଧାରଣ ନିର୍ବାଚନ । ଏନେଇ ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣାକୁ ଗୁରୁତ୍ବ ଦେଉଛନ୍ତି ପ୍ରାୟ ସବୁ ରାଜନୈତିକ ଦଳ । ଏହାରି ଭିତରେ   ଆରମ୍ଭ ହୋଇଗଲାଣି ନେତାଙ୍କ ଟିକେଟ୍ କସରତ । ପ୍ରାର୍ଥୀ ଚୟନ ଏବେ ସବୁ ଦଳ ପାଇଁ ହୋଇଛି ମୁଖ୍ୟ ଚାଲେଞ୍ଜ । ତେବେ ସତ୍ୟବାଦୀ ନିର୍ବାଚନମଣ୍ଡଳୀକୁ ନେଇ ବିଜେଡି କଳି ତେଜିବାରେ ଲାଗିଛି । ଗୋଟିଏ ପଟେ ପୂର୍ବତନ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ସତ୍ୟବାଦୀର ଶହେରୁ ଅଧିକ କର୍ମୀଙ୍କୁ ନେଇ ଗୁପ୍ତ ବୈଠକ କରିଥିବାବେଳେ, ଆଜି ଏନେଇ ମୁହଁ ଖୋଲିଛନ୍ତି ସତ୍ୟବାଦୀର ବିଧାୟକ ଉମା ସାମନ୍ତରାୟ । ସଞ୍ଜୟ ଦାସବର୍ମାଙ୍କ ଉକ୍ତ ବୈଠକର ଭିଡିଓ ଭାଇରାଲ ପରେ ଉମା ସାମନ୍ତରାୟ କଡ଼ା ଟିପ୍ପଣୀ ଦେଇଛନ୍ତି । ବିଧାୟକ ଉମା ସାମନ୍ତରାୟ କହିଛନ୍ତି ଯେ କିଏ କ’ଣ କହିଲା ସେଥିରେ ମୋର ଯାଏ ଆସେ ନାହିଁ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଟିକେଟ ଘୋଷଣା କଲେ କି ବୋଲି ଶ୍ରୀ ସାମନ୍ତରାୟ ପ୍ରଶ୍ନ କରିଛନ୍ତି । ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି ବୋଲି ଉମା ସାମନ୍ତରାୟ କହିଛନ୍ତି । ସତ୍ୟବାଦୀ କହିଲେ ଉମା ସାମନ୍ତରାୟ  ବୋଲି ସେ ଦମ୍ଭୋକ୍ତି କରିଛନ୍ତି ।ପ୍ରକାଶ ଯେ ଆଗାମୀ ନିବାଚନରେ ସତ୍ୟବାଦୀରୁ ପ୍ରାର୍ଥୀ ହେଉଥିବା ନେଇ ସଞ୍ଜୟ ଦାସବର୍ମାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ସତ୍ୟବାଦୀରୁ ସେ ବିଜେଡି ପ୍ରାର୍ଥୀ ହେଉଥିବା ସଞ୍ଜୟ କହୁଥିବା ଦେଖାଯାଇଥିଲା । ଉମାଙ୍କୁ ବ୍ରହ୍ମଗିରି ପଠାଯିବ ଓ ସେ ସତ୍ୟବାଦୀରୁ ପ୍ରାର୍ଥୀ ହେଉଥିବା ସଞ୍ଜୟ ଉକ୍ତ ଭାଇରାଲ ଭିଡିଓରେ କହିଥିଲେ  । ଭୁବନେଶ୍ୱର ଉପକଣ୍ଠ ଧଉଳୀରେ ଏକ ଗୁପ୍ତ ବୈଠକ କରିଥିଲେ ସଂଜୟ ଦାସବର୍ମା । ସତ୍ୟବାଦୀର ଶହେରୁ ଅଧିକ ନେତା ଓ କର୍ମୀଙ୍କୁ ନେଇ ଏହି ବୈଠକ ଆୟୋଜନ ହୋଇଥିଲା । ଉପସ୍ଥିତ ଥିଲେ, କଣାସ କ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀ ସୁଶୀଲ ରାଉତ, ସତ୍ୟବାଦୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ମହୁର ପଞ୍ଚାୟତ ନୋମିନି ପ୍ରେମାନନ୍ଦ ବେହେରା, ବଳରାମପୁରଗଡ଼ ପଞ୍ଚାୟତର ପୂର୍ବତନ ନୋମିନିଙ୍କ ସମେତ ବିଜେଡି କର୍ମୀ । ପ୍ରଶ୍ନ ଉଠୁଛି, ଅଚାନକ୍ କାହିଁକି ସତ୍ୟବାଦୀର ନେତା ଓ କର୍ମୀଙ୍କୁ ଧରି ବୈଠକ କଲେ ସଂଜୟ? ବ୍ରହ୍ମଗିରି ଛାଡ଼ି ସତ୍ୟବାଦୀରୁ ଲଢ଼ିବା ପାଇଁ ସଂଜୟ ଦାସବର୍ମାଙ୍କୁ ମିଳିଛି କି ଗ୍ରୀନ ସିଗନାଲ୍? ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ସତ୍ୟବାଦୀରୁ କିଏ ବିଜେଡି ଟିକେଟରେ ଲଢିବ ତାକୁ ନେଇ ଆରମ୍ଭ ହେଇଛି ଆଲୋଚନା । ଗୋଟିଏ ପଟେ ଟିକେଟ୍ ରେସରେ ବର୍ତ୍ତମାନର ବିଜେଡି ବିଧାୟକ ଉମା ସାମନ୍ତରାୟ ଥିବାବେଳେ, ଅନ୍ୟପଟେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ଏହି ଅଞ୍ଚଳର କର୍ମୀ ଓ ନେତାଙ୍କୁ ନେଇ ବୈଠକ କରିବା ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଅଚାନକ କାହିଁକି ସତ୍ୟବାଦୀର ନେତା ଓ କର୍ମୀଙ୍କୁ ନେଇ ସଞ୍ଜୟ ବୈଠକ କଲେ ତାହାର ସୂଚନା ମିଳିପାରିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking