ବ୍ରହ୍ମପୁର : ବ୍ରହ୍ମପୁର ସମାବେଶରେ ରାଜନାଥ ସିଂଙ୍କ ବକ୍ତବ୍ୟ । ଓଡିଶାରେ ଡବଲ ଇଂଜିନ ସରକାରକୁ କେହି ରୋକିପାରିବେନି । ଆଜି କର୍ମକର୍ତ୍ତାଙ୍କ ଉତ୍ସାହ ଦେଖିଲେ ଲାଗୁଛି କେହି ରୋକି ପାରିବେନି । ୨୦୧୪ ,୨୦୧୯ ଠାରୁ ଅଧିକ ଉତ୍ସାହ ଏବେ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଏଥର ୪ ଶହରୁ ଅଧିକ ସିଟ୍ ହାସଲ ହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷକୁ ପୂରଣ କରିବା ଆମ ସସ୍ତଙ୍କ ଦାୟୀତ୍ୱ ବୋଲି କହିଛନ୍ତି । ପୁଲୱାମା ଘଟଣା ପରେ ଆମେ ସୀମା ଡେଇଁ ଜବାବ ଦେଇଥିଲୁ ବୋଲି କହିଲେ । ଆମେ କେବଳ ସୀମା ଏପଟେ ନୁହେଁ , ସୀମା ସେପଟେ ବି ଜବାବ ଦେବୁ । ୯ ବର୍ଷ ଭିତରେ ୧୧ ସ୍ଥାନରୁ ୫ ସ୍ଥାନକୁ ଅର୍ଥନୀତିକୁ ନେଇପାରିଛୁ ବୋଲି କହିଲେ । ଆଗାମୀ ୩ ବର୍ଷ ବର୍ଷ ଭିତରେ ଆମେ ତୃତୀୟ ବଡ ଅର୍ଥନୀତି ହେବୁ ବୋଲି କହିଛନ୍ତି । ଓଡିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ । ଓଡିଶାର ବିକାଶ ପାଇଁ ବେଳ ମୋଦୀ ହିଁ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି । ୟୁପିଏ ସରକାର ୧୦ ବର୍ଷରେ ଓଡିଶାକୁ ୩ ଲକ୍ଷ କୋଟି ଦେଇଥିଲା । ୯ ବର୍ଷରେ ମୋଦୀ ସରକାର ଓଡିଶାକୁ ୧୮ ଲକ୍ଷ କୋଟି ଦେଇଛନ୍ତି ବୋଲି କହିଲେ । ଓଡିଶା ସହ ସର୍ବଦା ସଉତୁଣି ଭଳି ବ୍ୟବହାର କରିଛି ୟୁପିଏ ବୋଲି କହିଲୋ କଂଗ୍ରେସ ସମୟରେ ବଡ ବଡ ପ୍ରକଳ୍ପ କେବଳ ଶିଳାନ୍ୟାସ ହେଉଥିଲା । ଶିଳାନ୍ୟାସ କରି ପଳାଉଥିଲେ , କେବେ ଉଦଘାଟନ ହେଉନଥିଲା ବୋଲି କହିଲେ । ମୋଦୀ ଶିଳାନ୍ୟାସ କରନ୍ତି , କାମ ସାରି ଉଦଘାଟନ ବି କରନ୍ତି ବୋଲି କହିଲେ । ୯ ବର୍ଷରେ ମୋଦୀ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦେଇଛନ୍ତି । ୧୦ ବର୍ଷରେ ଓଡିଶାର ୨୫ ଲକ୍ଷ ଲୋକଙ୍କୁ ପକ୍କା ଘର ମିଲିଛି ବୋଲି କହିଲେ । ଯାହାକୁ ପକ୍କା ଘର ମିଳିନଥିବ , ଆମ ସରକାର ଆସିଲେ ନିଶ୍ଚିତ ମିଳିବ ବୋଲି କହିଲେ ।