29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶନଦୀରେ ବୁଡ଼ି ୩ ସାଙ୍ଗ ମୃତ

ନଦୀରେ ବୁଡ଼ି ୩ ସାଙ୍ଗ ମୃତ

ନୂଆଦିଲ୍ଲୀ: ଗାଧୋଇବା କାଳ ହେଲା, ଆଉ ୪ ଜଣ ଯାକ ନଦୀରେ ବୁଡ଼ିଗଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି। ଏପରି ଏକ ଦୁଃଖଦ ଘଟଣା ଦିଲ୍ଲୀର ବୁରାଡି ଥାନା ଅଞ୍ଚଳରେ ଗତ ସନ୍ଧ୍ୟାରେ ଘଟିଛି। ୪ ସାଙ୍ଗ ହେଲେ ଆଦିତ୍ୟ ରାୱତ, ଶିବମ ଯାଦବ, ରମନ ଓ ଉଦୟ ଆର୍ୟ୍ୟ । ସମସ୍ତ ଛାତ୍ରଙ୍କ ବୟସ ୧ରୁ ୧୭ ବର୍ଷ ହୋଇଥିବା ବେଳେ ସେମାନେ ଦଶମ ଶ୍ରେଣୀର ଛାତ୍ର ଥିଲେ। ଆଜିଠୁ ସେମାନେ ବୋର୍ଡ ପରୀକ୍ଷା ଦେଇଥାନ୍ତେ। ଏହା ପୂର୍ବରୁ ଗତ ସନ୍ଧ୍ୟାରେ ୪ ସାଙ୍ଗ ନିକଟସ୍ଥ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ପାଣି ଭିତରେ ଗୋଡ଼ ଖସିଯିବାରୁ ଜଣକ ପରେ ଜଣେ ସମସ୍ତେ ବୁଡ଼ି ଯାଇଥିଲେ। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ଗତ ରାତି ସୁଦ୍ଧା ୩ ମୃତଦେହ ଉଦ୍ଧାର ହୋଇ ଯାଇଛି। ମାତ୍ର ଅନ୍ଧାର ହେତୁ ରେସକ୍ୟୁ ଅପରେସନ ଗତ ରାତିରେ ଅଧାରେ ବନ୍ଦ କରାଯାଇଥିବା ବେଳେ ଆଜି ପୁଣି ଥରେ ଆରମ୍ଭ ହେବ । ୩ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking