34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପପୁଆ ନ୍ୟୁ ଗିନିରେ ଉଗ୍ର ରୂପ ନେଉଛି ଜାତିଆଣ ହିଂସା; ୬୪ରୁ ଅଧିକ ମୃତ

ପପୁଆ ନ୍ୟୁ ଗିନିରେ ଉଗ୍ର ରୂପ ନେଉଛି ଜାତିଆଣ ହିଂସା; ୬୪ରୁ ଅଧିକ ମୃତ

ମେଲବୋର୍ଣ୍ଣ: ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗର କୂଳରେ ଅବସ୍ଥିତ ପପୁଆ ନ୍ୟୁ ଗିନିରେ କିଛି ମାସ ହେଲା ଜାତିଆଣ ବିବାଦକୁ ନେଇ ବାରମ୍ବାର ହିଂସାତ୍ମକ ଘଟୁଛି । ଗତକାଲି ଏହି ହିଂସା ଉଗ୍ରରୂପ ନେଇଥିଲା । ଦେଶର ୱାପେନାମାଣ୍ଡା ଜିଲ୍ଲାର ଏଙ୍ଗା ଅଞ୍ଚଳରେ ଆମ୍ବୁଲିନ ଓ ସିକିନ ୨ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଚରମ ରୂପ ନେଇଛି । ଏହି ଗୋଷ୍ଠୀ ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୬୪ ଜଣଙ୍କ ଜୀବନ ଯାଇଥିବା ବେଳେ ଏହାଧିକ ଆହତ ହୋଇଥିବା ଜଣାପଡିଛି । ସୋମବାର ଦିନ ରାସ୍ତା ଘାଟ, ପଡ଼ିଆ ସବୁଠି ଏତେତେଣେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଜଙ୍ଗଲ ବୁଦା ମଧ୍ୟରୁ ଆହୁରି ମୃତଦେହ ମିଳିବାର ଆଶଙ୍କା ରହିଛି ।

ଦେଶର ବରିଷ୍ଠ ପୋଲିସ ଅଧିକାରୀ ଜର୍ଜ କାକାସଙ୍କ ସୂଚନା ମୁତାବକ, ଏଙ୍ଗାରେ ଏହା ସବୁଠୁ ବଡ ହିଂସାତ୍ମକ ଘଟଣା । ପୂର୍ବରୁ ଏଭଳି ଏଭଳି ସଂଘର୍ଷ କେବେ ଦେଖିବାକୁ ମିିଳିନଥିଲା । ଏହାପୂର୍ବରୁ ଗତବର୍ଷ ଏଙ୍ଗାରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏବେସୁଦ୍ଧା ପାଖାପାଖି ୬୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଙ୍ଗଲ ମଧ୍ୟରୁ ଆହୁରୀ ମୃତଦେହ ମିଳିବାର ଆଶଙ୍କା ରହିଛି । ତେବେ ଏହି ହତ୍ୟା ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ଓ ସଂଘର୍ଷ ବେଳେ ବ୍ୟବହୃତ ବନ୍ଧୁକ, ମାରଣାସ୍ତ୍ର କେଉଁଠୁ ଆସିଲା ସେ ନେଇ ତଦନ୍ତ ଜାରି ରହିଛି । ସ୍ଥିତି ଏବେବି ଚିନ୍ତାଜନକ ରହିଥିଲେ ମଧ୍ୟ ଏହାକୁ ଆୟତ୍ତ କରିବା ପାଇଁ ସମଗ୍ର ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍େଥାନି ଆଲବାନିଜ ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ପପୁଆ ନ୍ୟୁ ଗିନିକୁ ସାହାଯ୍ୟ କରିବା ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ରହିଥିବା ନେଇ କହିଛନ୍ତି । ଦେଶର ସୁରକ୍ଷା ପାଇଁ ଅଷ୍ଟ୍ରେଲିଆରୁ ତାଲିମପ୍ରାପ୍ତ ସୁରକ୍ଷାକର୍ମୀ ପଠାଯିବା ନେଇ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking