18.1 C
Bhubaneswar
Saturday, November 16, 2024
Homeସ୍ୱାସ୍ଥ୍ୟଖରାଦିନେ ଖାଆନ୍ତୁ ତରଭୁଜ...

ଖରାଦିନେ ଖାଆନ୍ତୁ ତରଭୁଜ…

ଭୁବନେଶ୍ୱର : ଖରାଦିନେ ତରଭୁଜ ସମସ୍ତଙ୍କୁ ତରଭୁଜ ଖାଇବାକୁ ଭଲ ଲାଗିଥାଏ । ତେବେ ଖରାଦିନ ଆସିଲେ ସମସ୍ତେ କିଛି ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ କରିଥାଆନ୍ତି । ତରଭୁଜ ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ସେତିକି ହିତକର ମଧ୍ୟ । ଏଥିରେ ୯୨ ଭାଗ ଜଳ ରହିଥିବା ବେଳେ ସୁଗାର ମାତ୍ରା ୬ ପ୍ରତିଶତ ରହିଥାଏ । ଏହି ତରଭୁଜରେ ଆଣ୍ଟିଅକସିଡେଣ୍ଟ, ଭିଟାମିନ-ବି,ସି, ଅମିନୋ ଏସିଡ, ପୋଟାସିୟମ ଏବଂ ଫାଇବରର ମାତ୍ରା ଭରପୂର ରହିଥାଏ । ତେବେ ଆସନ୍ତୁ ଜାଣିବା ତରଭୁଜ ଖାଇବାର ଫାଇଦା କଣ….
ତରଭୁଜ ଶରୀରକୁ ଥଣ୍ଡା ରଖିବା ସହ ମଧୁମେହ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ । ତରଭୁଜ ଖାଇବା ଦ୍ୱାରା ଶରୀରର ଜଳିୟ ଅଂଶ ନିୟନ୍ତ୍ରଣ ରଖିଥାଏ । ଖରାରେ ଇମ୍ୟୁନିଟି ପାଓ୍ୱାର ମଧ୍ୟ ବଢ଼ାଇଥାଏ ।-ତରଭୁଜ ରକ୍ତ ଅଭାବ ଦୂର କରିବା ସହ ପାଚନ କ୍ରିୟାରେ ସାହାଯ୍ୟ କରିଥାଏ । ଏଥିସହ ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ କରିଥାଏ ।
ତରଭୁଜରେ ଜଳୀୟ ଅଂଶ ଭରପୂର ରହିଛି ଆପଣ ଖାଇବା ଦ୍ୱାରା ଆପଣଙ୍କୁ ଭୋକ ଲାଗିବ ନାହିଁ ଫଳରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ତରଭୁଜରେ ପ୍ରଚୁର ପରିମାଣରେ ଭିଟାମିନ୍‌-C ରହିଛି । ଏହା ଆସ୍ଥମା ରୋଗୀଙ୍କ ପାଇଁ କୌଣସି ଔଷଧ ଠାରୁ କମ୍‌ ନୁହେଁ । ତରଭୁଜ ଖାଇବା ଦ୍ୱାରା ଶ୍ୱାସରୋଗ ମଧ୍ୟ ଦୂର ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking