କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ରେଞ୍ଜ ମହୁପାଟଣା ଫାଣ୍ଡି ଅଧିନରେ ଥିବା ଉପରଚୋବରି ଗାଁର ସୁନା ମାଝୀ ଗତ ୯ ତାରିଖରୁ ନିଖୋଜ ଥିଲେ। ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସୂଚନା ପାଇ ନଥିଲେ । ଏହାପରେ ୧୩ ତାରିଖ ଦିନ ଥୁଆମୂଳରାମପୁର ଥାନାରେ ତାଙ୍କର ନିଖୋଜ ହେବାର ସୂଚନା ଦିଆଯାଇଥିଲା । ଏହାର ପରା ଦିନ ସେହି ଗାଁର ଜଣେ ଛେଳି ଚରାଳି ବିରିଆମ ଜଙ୍ଗଲରେ ଗୋଟିଏ ମୃତ ଦେହ ଦେଖିବାକୁ ପାଇଥିଲେ । ଏହାପରେ ସେ ତାଙ୍କ ପରିବାରର ଲୋକଙ୍କୁ ଖବର ଦେଇଥିଲେ । ସୂଚନା ପାଇ ଥୁଆମୂଳରାମପୁର ଥାନା ପୋଲିସ ଏବଂ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ବୃଦ୍ଧଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା l ଶବ ଉଦ୍ଧାର ବେଳେ ଉକ୍ତ ମୃତ ଶରୀରର ବାମ ଗୋଡ ନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଜଙ୍ଗଲୀ ଜନ୍ତୁ ତାଙ୍କ ବାମ ଗୋଡ଼ କୁ ଖାଇଦେଇଥିବା ସନ୍ଦେହ କରାଯାଇଛି । ତେବେ କିଛି ଦିନ ଧରି ଗ୍ରାମବାସୀ ବାଘ ଦେଖିଥିବା କହିଛନ୍ତି । ସେଥିପାଇଁ ବୃଦ୍ଧ ଜଣଙ୍କୁ ବାଘ ଖାଇ ଯାଇଛି ବୋଲି କୁହାଯାଉଛି ।ତେବେ ଏହି ଘଟଣା ପାଇଁ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି ।