28.1 C
Bhubaneswar
Friday, September 20, 2024
Homeବଲିଉଡଅଡୁଆରେ ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ବିଗବସ୍‌ ଓଟିଟିର ବିଜେତା ଏଲଭିଶ ଯାଦବ

ଅଡୁଆରେ ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ବିଗବସ୍‌ ଓଟିଟିର ବିଜେତା ଏଲଭିଶ ଯାଦବ

ମୁମ୍ବାଇ : ବଢିଲା ବିଗ୍ ବସ୍ ଫେମ୍ ଏଲଭିସ୍ ଯାଦବଙ୍କ ସମସ୍ୟା । ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ପ୍ରସଙ୍ଗରେ ଏକ ବଡ ଖୁଲାସା ହୋଇଛି। ନୋଏଡା ପୋଲିସ ଏହାର ନମୁନାକୁ ଜୟପୁର ଏଫ୍‌ଏସ୍‌ଏଲ୍‌ ସେଣ୍ଟରକୁ ଯାଞ୍ଚ ପାଇଁ ପଠାଇଥିଲା। ତେବେ ଏଫ୍‌ଏସ୍‌ଏଲ୍‌ ରିପୋର୍ଟ ସାପ ବିଷକୁ ନିଶ୍ଚିତ କରିଛି। ରିପୋର୍ଟରେ କୁହାଯାଇଛି, ସାପଠାରୁ ଉଦ୍ଧାର ହୋଇଥିବା ବିଷ କ୍ରାଇଟ ପ୍ରଜାତିର ସାପର ଅଟେ। ଗତ ବର୍ଷ ନଭେମ୍ବର ୧ରେ ପିଏଫ୍‌ଏର ଅଭିଯୋଗ ଉପରେ, ଏଲଭିଶ୍‌ଙ୍କ ସମେତ ମୋଟ ୫ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସୂଚନାଯୋଗ୍ୟ, ପୋଲିସରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌ ଅନୁଯାୟୀ,ଏଲ୍‌ଭିଶ୍‌ ବିଦେଶୀ ଯୁବତୀମାନଙ୍କ ସହ ଏକ ବେଆଇନ ରେଭ୍‌ ପାର୍ଟି ଆୟୋଜନ କରିଥିଲେ। ଏହି ପାର୍ଟିରେ ଅନେକ ବିଷାକ୍ତ ସାପର ବିଷ ନିଶା ଭାବରେ ବ୍ୟବହୃତ ହୋଇଥିଲା। କେବଳ ଏତିକି ନୁହେଁ, ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ଏହି ଲୋକମାନେ ପାର୍ଟିରେ ବିଷ ଯୋଗାଣ ପାଇଁ ବିପୁଳ ପରିମାଣର ଚାର୍ଜ କରୁଥିଲେ। ପୋଲିସ ଏବଂ ଜଙ୍ଗଲ ବିଭାଗ ଟିମ୍‌ ରେଭ ପାର୍ଟି ଉପରେ ଚଢ଼ାଉ କରି ଘଟଣାର ଖୁଲାସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking