18.1 C
Bhubaneswar
Saturday, November 23, 2024
Homeଅପରାଧବାପା ପାଇଁ ଜୀବନ ହାରିଲେ ନାବାଳିକା

ବାପା ପାଇଁ ଜୀବନ ହାରିଲେ ନାବାଳିକା

ପୁରୀ: ସଂସାରରେ ପିତା ଓ ସନ୍ତାନର ସମ୍ପର୍କ ବହୁତ ନିବିଡ ହୋଇଥାଏ । ଖାସ୍ କରି ବାପା ଓ ଝିଅର । କିନ୍ତୁ ନିଜ ବାପା ପାଇଁ ଅଲିଅଳି ଝିଅଟିଏ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଇଛି । ଜନ୍ମଦାତା ପିତାର ନିଜ ଝିଅ ପ୍ରତି ଅସଦାଚରଣ ଯୋଗୁଁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାପା-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କଲାଭଳି ଏହି ଅମାନବୀୟ ଘଟଣା ଘଟିଛି ପୁରୀ ଜିଲ୍ଲାର କୋଣାର୍କ ଅଞ୍ଚଳରେ । ସେପଟେ ଏହି ଘଟଣାରେ ବାପା ଫେରାର ଥିବା ବେଳେ ମୃତ ନାବାଳିକାଙ୍କ ମାଆ ନ୍ୟାୟ ପାଇଁ ଦାବି କରିଛନ୍ତି । ସୂଚନା ଅନୁଯାୟୀ କୋଣାର୍କ ଥାନା ଅର୍ନ୍ତଗତ ଶିମିଳି ପଞ୍ଚାୟତ ମାଟିଆପଡା ଗାଁରେ ଉକ୍ତ ମୃତ ନାବାଳିକା ଜଣକ ନିଜ ପରିବାର ସହିତ ରହୁଥିଲେ ।

ସେ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ନାବାଳିକାଙ୍କ ବାପା ମଳୟ ରଞ୍ଜନ ମହାନ୍ତି ନିୟମିତ ଭାବେ ମଦ ପିଇ କରି ଘରକୁ ଆସୁଥିଲେ । ଘରେ ପାଟିତୁଣ୍ଡ କରିବା ତାଙ୍କ ଅଭ୍ୟାସ ପାଲଟିଥିଲା । ନିଶାସକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନକୁ ଭୁଲି ବଡ ଝିଅ ପ୍ରତି ଖରାପ ନଜର ରଖି ଆଶାଳୀନ ବ୍ୟବହାର କରି ଆସୁଥିଲେ । ନାବାଳିକାଙ୍କ ମାଆ ଘରେ ନ ଥିବା ବେଳେ ବାପା ମଦ ପିଇ ଝିଅ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହିତ ମରିବା ପାଇଁ ବାରମ୍ବାର କହୁଥିଲେ । ନାବାଳିକା ଜଣକ ଆଜି ନିଜ ଶୋଇବା ଘରେ ଆତ୍ମହତ୍ୟା କରିଥିବା ଖବର ପାଇ ଅଭିଯୁକ୍ତ ବାପା ମଳୟ ରଞ୍ଜନ ମହାନ୍ତି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking