କଟକ: କଟକ ଜିଲ୍ଲା ମଧୁପାଟଣା ଥାନା ଅଧୀନ ବାଲିସାହି ବସ୍ତି ନିକଟରେ ଜଣେ ୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ମଧୁପାଟଣା ଥାନାରେ ଉକ୍ତ ନାବାଳିକାଙ୍କ ପରିବାର ଲୋକେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ନାବାଳିକା ଜଣଙ୍କ ବୁଧବାର ଖେଳିବାକୁ ଯାଇଥିବାବେଳେ ଏକାକି ଦେଖି କିଛି ଯୁବକ ତାଙ୍କୁ ନିଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ ।
ଘରକୁ ଆସି ପିଡିତା ଜଣଙ୍କ ପରିବାରଲୋକଙ୍କ ଆଗରେ ସବୁ କଥା କହିଥିଲେ । ଏହାପରେ ପରିବାରଲୋକେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ଅନ୍ୟପଟେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥ୍ୟା ବିଗିଡିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ପୋଲିସ ପକ୍ଷରୁ ସୂଚନା ରହିଛି ଯେ, ଦିଆଯାଇଥିବା ଏତଲାରେ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରାଯାଇନଥିବାବେଳେ, ସେମାନଙ୍କ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । ଅଭିଯୁକ୍ତଙ୍କୁ ଧରିବାକୁ ଯାଞ୍ଚପ୍ରକ୍ରିୟା ଜାରି ରହିଛି । ଅନ୍ୟପଟେ ପୀଡିତାଙ୍କ ଡାକ୍ତରୀମାଇନା ପାଇଁ ମେଡିକାଲ୍ ପଠାଯାଇଛି । ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବାପରେ ସମସ୍ତ ଘଟଣା ସାମ୍ନାକୁ ଆସିବ ।