28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶସାଇରସ୍ ପୁନାୱାଲାଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ଶରଦ ପାୱାର

ସାଇରସ୍ ପୁନାୱାଲାଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ଶରଦ ପାୱାର

ମୁମ୍ବାଇ: କରୋନା ଭଳି ମହାମାରୀ ସହ ଲଢ଼ିବା ପାଇଁ ସମଗ୍ର ମାନବଜାତିକୁ ଭ୍ୟାକ୍‌ସିନ୍ ଭଳି ଏକ ସଂଜିବନୀ ଭେଟିଦେଇଥିବା ସାଇରସ୍ ପୁନାୱାଲାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ପାଇଁ ଏବେ ଦାବି ଆରମ୍ଭ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାୱାର ଏହି ଦାବି କରିଛନ୍ତି । ଏକ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପାୱାର କହିଛନ୍ତି, କରୋନା ପୂର୍ବରୁ ବିଭିନ୍ନ ରୋଗର ନିବାରଣ ନିମନ୍ତେ ପ୍ରତିଷେଧକ ଟିକା ପ୍ରସ୍ତୁତ କରିଆସୁଥିବା ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଫାର୍ମାସ୍ୟିଟୁକାଲ୍ସ କମ୍ପାନୀ କରୋନା ସମୟରେ ‘କୋଭିସିଲ୍ଡ’ ଟିକା ଭେଟିଦେଇଥିଲା ।

ଏହି ଟିକା ଆନେକ ଲୋକଙ୍କ ଜୀବନ ରକ୍ଷା କରିବା ଦିଗରେ ବେଶ୍ ସହାୟକ ସାବ୍ୟସ୍ତ ହୋଇଥିଲା । ଏସ୍‌ଆଇଆଇ ମାନବ ସମାଜକୁ ବିଭିନ୍ନ ପ୍ରାଣଘାତୀ ରୋଗରୁ ରକ୍ଷା କରିଽା ନିମନ୍ତେ ବର୍ଷ ବର୍ଷ ଧରି କାମ କରିଆସୁଛି ବୋଲି ପାୱାର ଦର୍ଶାଇଥିଲେ । ଏଭଳି କାମ ପାଇଁ ଏସ୍‌ଆଇଆଇର ସଂସ୍ଥାପକ ସାଇରସ୍ ପୁନାୱାଲାଙ୍କୁ ଭାରତ ରତ୍ନ’ ଦିଆଯିବା ଉଚିତ୍ ବୋଲି ପାୱାର କହିଛନ୍ତି । ତେବେ ଭାରତ ସରକାର ସାଇରସ୍ ପୁନାୱାଲାଙ୍କୁ ବର୍ତ୍ତମାନ ସୁଦ୍ଧା ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking