28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶହସ୍ପିଟାଲରେ ଭର୍ତ୍ତିହେଲେ ପ୍ରିୟଙ୍କା

ହସ୍ପିଟାଲରେ ଭର୍ତ୍ତିହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେବଳ ଏହି କାରଣରୁ ପ୍ରିୟଙ୍କା ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବା କାର୍ଯ୍ୟକ୍ରମକୁ ବର୍ତ୍ତମାନ ସମୟ ପାଇଁ ସ୍ଥଗିତ ରଖାଯାଇଛି । ଅର୍ଥାତ୍ ସେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏବେ ଅଂଶଗ୍ରହଣ କରିପାରିବେନି । ତେବେ କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନାନୁସାରେ ପ୍ରିୟଙ୍କାଙ୍କ ସ୍ୱାସ୍ଥ୍‌୍ୟାବସ୍ଥାରେ ଉନ୍ନତି ଆସିବା ମାତ୍ରେ ସେ ଏହି ଯାତ୍ରାରେ ସାମିଲ ହେବେ । ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବା ଯାଇ ପ୍ରିୟଙ୍କା ସୋସିଆଲ ଆକାଉଣ୍ଟରେ ଲେଖିଛନ୍ତି ଯେ, କଂଗ୍ରେସର ଏହି ନ୍ୟାୟ ଯାତ୍ରାରେ ସାମିଲ ହେବା ତାଙ୍କ ପାଇଁ ବେଶ୍ ଉତ୍ସାହଜନକ ଥିଲା । କିନ୍ତୁ ବର୍ତ୍ତମାନ ଶାରୀରିକ ଅସୁସ୍ଥତା କାରଣରୁ ସେ ଏବେ ଏଥିରେ ସାମିଲ ହୋଇପାରୁନାହାନ୍ତି । ତେବେ କଂଗ୍ରେସର ସମସ୍ତ ଶୁଭେଚ୍ଛୁ, ସହକର୍ମୀ ଓ ସମର୍ଥକଙ୍କୁ ଏହି ଯାତ୍ରାକୁ ସଫଳ କରିବା ଦିଗରେ କରୁଥିବା ପ୍ରୟାସ ପାଇଁ ପ୍ରିୟଙ୍କା ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking