ପଞ୍ଜାବ : ଗତ କିଛି ଦିନ ହେବ ଲାଗି ରହିଛି ଚାଷୀ ଆନ୍ଦୋଳନ । ସେମାନଙ୍କର ମୁଖ୍ୟ ଦାବି ଏମଏସଫି ଉପରେ ଆଇନଗତ ମାନ୍ୟତା ଓ କୃଷଙ୍କୁ ଚାଷୀ ଋଣ ଛାଡ କରିବା । ସରାରଙ୍କ ପାଖରେ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ ପ୍ରାୟ ୨୦୦ ରୁ ଅଧିକ କୃଷକ ସଂଙ୍ଗଠନର ୩୦ ହଜାରରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସରାରଙ୍କ ସହ ସେମାନଙ୍କର ବହୁବାର ବୈଠକ ବସିଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନ ହୋଇପାରିନାହିଁ । ଏହାରି ଭିତରେ ହରିୟାଣା ଶମ୍ଭୁ ସୀମାରେ ଜଣେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । କୃଷକ ଜଣଙ୍କ ହେଉଛନ୍ତି ୬୩ ବର୍ଷିୟ ଜିଆନ ସିଂହ । ସୂଚନାନୁସାରେ ଆନ୍ଦୋଳନ କରୁଥିବା ସମୟରେ କୃଷକ ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେଠାରେ ଥିବା କୃଷକମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ ପରବର୍ତ୍ତି ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । କୃଷକଙ୍କ କହିବାନୁସାରେ ଦାବି ପୁରଣ ନହେବାଯାଏଁ ଆନ୍ଦୋଳନ ଏହିଭଳି ଆଗକୁ ଜାରି ରହିବ ବୋଲି କଡା ଚେତାବନୀ ଦେଇଛନ୍ତି ।