34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶ୨ ଦିନିଆ ୟୁଏଇ ଗସ୍ତରେ ମୋଦୀ; ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା: ଏକାଧିକ ଏମ୍‌ଓୟୁ ସ୍ୱାକ୍ଷରିତ

୨ ଦିନିଆ ୟୁଏଇ ଗସ୍ତରେ ମୋଦୀ; ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା: ଏକାଧିକ ଏମ୍‌ଓୟୁ ସ୍ୱାକ୍ଷରିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମଙ୍ଗଳବାର ଠାରୁ ଦୁଇ ଦିନିଆ ୟୁଏଇ ଗସ୍ତରେ ଯାଇ ଆବୁଧାବୀ ଠାରେ ପହଞ୍ôଚଛନ୍ତି । ଏୟାରପୋଟ୍‌ର୍ରେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ୍ ବିନ୍ ଜାଏଦ୍ ଅଲ୍ ନାହୟାନ୍ ନିଜେ ଉପସ୍ଥିତ ରହି ମୋଦୀଙ୍କୁ ସ୍ୱାଗତ କରିଥିଲେ । ମୋଦୀଙ୍କୁ ୟୁଏଇ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ପରେ ଉଭୟ ନେତା ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ସାମିଲ ହୋଇଥିଲେ ।
ଉଭୟ ନେତାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଭାଗିଦାରୀ ସମ୍ପର୍କୀତ ସମୀକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଡିଜିଟାଲ ଭିତ୍ତିଭୂମୀ, ଫିନ୍‌ଟେକ୍‌, ଶକ୍ତି, ଭିତ୍ତିଭୂମି, ସଂସ୍କୃତି ଏବଂ ଜନସାଧାରଣଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ, ନୂତନ କ୍ଷେତ୍ରର ଅନୁସନ୍ଧାନ, ଭାରତ ପଶ୍ଚିମ-ଏସିଆ ଅର୍ଥନୈତିକ କରିଡର, ଜାତୀୟ ଅଭିଲେଖାଗାର, ଐତିହ୍ୟ ଏବଂ ସଂଗ୍ରହାଳୟ ମଧ୍ୟରେ ସହଯୋଗ, ଦେୟ ପ୍ଲାଟଫର୍ମ, ଘରୋଇ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡର ପାରସ୍ପରିକ ସଂଯୋଗ, ବୈଷୟିକ ଜ୍ଞାନ, ଦକ୍ଷତା ଏବଂ ଦକ୍ଷତା ଆଦାନପ୍ରଦାନ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହୋଇଥିଲା । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ନୀତି ଅନ୍ତର୍ଗତ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ନେତା ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଆଲୋଚନା କାଳରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ମଧ୍ୟ ହୋଇଥିବା ଜଣାପଡିଛି । ପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୟୁଏଇର ଘରୋଇ କାର୍ଡ ଜୟୱାନ୍‌ର ଶୁଭାରମ୍ଭ ମଧ୍ୟ କରାଯାଇଥିଲା । ଏହି କାର୍ଡ ଡିଜିଟାଲ ରୁପେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ରୂପେ ସେବା ପ୍ରଦାନ କରିବ । ସେହିପରି ୟୁଏଇରେ ମଧ୍ୟ ଆଜି ୟୁପିଆଇ ପେମେଣ୍ଟ ବ୍ୟବସ୍ଥା (ଏଏନ୍‌ଆଇ)ର ଶୁଭାରମ୍ଭ କରାଯାଇଛି ।

ତେବେ ଇନଷ୍ଟାଣ୍ଟ ପେମେଣ୍ଟ ପ୍ଲାଟଫର୍ମ ୟୁପିଆଇ (ଇଣ୍ଡିଆ) ଏବଂ ଏଏନଆଇ (ୟୁଏଇ)କୁ ଇଣ୍ଟରଲିଙ୍କ୍ କରିବା ପାଇଁ ମଧ୍ୟ ଦୁଇ ଦେଶ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ନିରବଚ୍ଛିନ୍ନ ସୀମାପାର କାରବାର ସହଜ ହେବ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ ମୋଦୀ, ୟୁଏଇ ରାଷ୍ଟ୍ରପତି ଏବଂ ସରକାର ଏବଂ ପ୍ରତ୍ୟେକ ନାଗରିକଙ୍କୁ ଶୁଭେଚ୍ଛା ଜଣାଥିଲେ । ଶକ୍ତି ସହଭାଗିତାକୁ ସୁଦୃଢ଼ କରିବା ନେଇ ମଧ୍ୟ ଉଭୟ ନେତାଙ୍କ ଉପସ୍ଥିତିରେ ଦୁଇ ଦେଶର ଅଧିକାରୀମାନେ ଆଲୋଚନା କରିଥିଲେ । ସେମାନେ ପ୍ରଶଂସା କରିଥିଲେ ଯେ ୟୁଏଇ ଅଶୋଧିତ ତୈଳ ଏବଂ ଏଲପିଜିର ସବୁଠାରୁ ବଡ଼ ଉତ୍ସ ହୋଇଥିବା ବେଳେ ଭାରତ ବର୍ତ୍ତମାନ ଏଲଏନଜି ପାଇଁ ଦୀର୍ଘମିଆଦୀ ଚୁକ୍ତିରେ ପ୍ରବେଶ କରୁଛି । ସୂଚନାଯୋଗ୍ୟ, ମୋଦୀଙ୍କ ୟୁଏଇ ଗସ୍ତର କିଛି ସମୟ ପୂର୍ବରୁ ରାଇଟ୍ସ ଲିମିଟେଡ୍ ଆବୁଧାବି ପୋର୍ଟସ କମ୍ପାନୀ ଏବଂ ଗୁଜରାଟ ମେରିଟାଇମ୍ ବୋର୍ଡ ସହ ଆବୁଧାବି ପୋର୍ଟସ କମ୍ପାନୀ ଚୁକ୍ତି ସ୍ୱାକ୍ଷର କରିଛି । ଏହା ବନ୍ଦର ଭିତ୍ତିଭୂମି ନିର୍ମାଣରେ ସହାୟକ ହେବ ଏବଂ ଦୁଇ ଦେଶ ମଧ୍ୟରେ ଯୋଗାଯୋଗକୁ ଆହୁରି ବଢ଼ାଇବ ବୋଲି ମତ ପ୍ରକାଶ ପାଇଛି ।

ମୋଦୀଙ୍କ ଉଦ୍ଦେଶ୍ୟରେ ୟୁଏଇରେ ରହୁଥିବା ଭାରତୀୟ ସମୁଦାୟଙ୍କ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ ୫୦ହଜାର ପ୍ରବାସୀ ଭାରତୀୟଙ୍କୁ ମୋଦୀ ସମ୍ବୋଧିତ କରିଛନ୍ତି । ମୋଦୀ ନିଜ ସମ୍ବୋଧନରେ କହିଥିଲେ, ଆଜି ପ୍ରତ୍ୟେକ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଏକ ସୁଦୃଢ଼ ଭାଗିଦାରୀ ରହିଆସିଛି । ଦୁଇ ଦେଶ ଆଗକୁ ବଢ଼ିବା ଦିଗରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସମ୍ପର୍କର ଏକ ନୂଆ ଅଧ୍ୟାୟ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଛି । ୟୁଏଇ ରାଷ୍ଟ୍ରପତିଙ୍କ ସହ ଗତ ୭ ମାସ ମଧ୍ୟରେ ୫ ଥର ସାକ୍ଷାତକାର ହେବା ଦୁଇ ଦେଶ ମଧ୍ୟରେ ନିବିଡ ସମ୍ପର୍କକୁ ଦର୍ଶାଉଛି ବୋଲି ମୋଦୀ କହିଛନ୍ତି । ଏହି ଅବସରରେ ମୋଦୀ, ଭାରତରେ ତାଙ୍କ ସରକାର କରିଥିବା ଜନମଙ୍ଗଳକାରୀ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ମୋଦୀ, ଭାରତରେ ପୁଣିଥରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ମୋଦୀ କହିଛନ୍ତି ତାଙ୍କ ତୃତୀୟ ଶାସନ କାଳରେ ଭାରତ ୫ ଟ୍ରିଲିଅନ୍ ଡଲାର ସହ ବିଶ୍ୱର ୩ୟ ଅର୍ଥନୀତି ହେବାର ଲକ୍ଷ୍ୟକୁ ନିଶ୍ଚିତ ପୂରଣ କରିବ । ଏହି ପରିପ୍ରେକ୍ଷୀରେ ୟୁଏଇ ରାଷ୍ଟ୍ରପତି ଗୁଜରାଟରେ ହୋଇଥିବା ଭାଇବ୍ରାଣ୍ଟ ଶିଖର ସମ୍ମିଳନୀରେ ଯୋଗଦେବା ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ ।

ଏତଦ୍‌ବ୍ୟତୀତ ଆବୁଧାବୀରେ ଏକ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଜମି ଯୋଗାଇଦେବାରେ ବ୍ୟକ୍ତିଗତ ସମର୍ଥନ ପାଇଁ ମଧ୍ୟ ମୋଦୀ, ୟୁଏଇ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଥିଲେ । ପ୍ରକାଶ, ଆସନ୍ତାକାଲି ମୋଦୀ, ଆବୁୂଧାବୀ ଠାରେ ନିର୍ମିତ ପ୍ରଥମ ହିନ୍ଦୁ ମନ୍ଦିର (ସ୍ୱାମୀ ନାରାୟଣ ମନ୍ଦିର)ର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ସେ ରାଷ୍ଟ୍ରପତି ନାହୟାନ୍‌ଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ଅନ୍ୟପକ୍ଷେ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ୍ ବିନ୍ ଜାଏଦ୍ ଅଲ୍ ନାହୟାନ୍ ମଧ୍ୟ ୟୁଏଇ ପ୍ରତି ମୋଦୀ ଏବଂ ଭାରତର ସମର୍ଥନକୁ ବେଶ୍ ତାରିଫ କରିଥିଲେ । ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସହଭାଗିତା ବୃଦ୍ଧି ପାଇବା ସହ ସମ୍ପର୍କ ଆହୁରି ମଜବୁତ୍ ହେବ ବୋଲି ସେ କହିଥିଲେ । ପ୍ରକାଶ, ନିକଟରେ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ୍ ବିନ୍ ଜାଏଦ୍ ଅଲ୍ ନାହୟାନ ମଧ୍ୟ ଭାରତ ଗସ୍ତରେ ଆସିଥିଲେ । ମୋଦୀ ନିଜେ ବିମାନବନ୍ଦରରେ ଉପସ୍ଥିତ ରହି ତାଙ୍କୁ ପାଛୋଟି ନେଇଥିଲେ । ଉଭୟ ନେତା ଏକ ରୋଡ୍ ଶୋ’ ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking